ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ପଦାଭିଷେକ ସମାରୋହ

Advertisment
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ପଦାଭିଷେକ ସମାରୋହ

ଚନ୍ଦ୍ରଶେଖରପୁର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ପଦାଭିଷେକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବର୍ତ୍ତମାନ ପିଢ଼ିଙ୍କ ଭିତରେ ଜଣେ ଜଣେ ଲିଡର ହେବାର ଦକ୍ଷତା ରହିଛି। ତେଣୁ ଦକ୍ଷ ଲିଡର ଭାବେ ନେତୃତ୍ୱ ନେଇ ସମାଜ ପାଇଁ କିଛି କରିବାର ପ୍ରୟାସ ଜାରି ରଖ। ଛାତ୍ରଛାତ୍ରୀ ବନ୍ଧୁତା ଓ ସାମାଜିକ ସମ୍ପର୍କ ଗଠନ ସହ ସର୍ବଦା କିପରି ଖୁସିରେ ରହିବା ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ୨୦୨୨-୨୩ ବର୍ଷ ପାଇଁ ଛାତ୍ର ପରିଷଦରେ ନୂତନ ପଦବି ପାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କୁ ବ୍ୟାଜ୍‌ ପିନ୍ଧାଇଥିଲେ।

ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ୍ ଶିଳ୍ପୀ ସାହୁ ଶପଥ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଲେ, ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଜଣେ ଉତ୍ତମ ଲିଡର୍ ସବୁବେଳେ ନିଜର ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ନିଜ ଦକ୍ଷତାର ଶତ ପ୍ରତିଶତ ଦେଇଥାଏ। ସ୍କୁଲର ସିନିୟର୍‌ ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ ଚୟନ ହୋଇଥିବା ଛାତ୍ରନେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ହେଡ୍‌ ବୟ ଭାବେ ଆଦିତ୍ୟ ଶତପଥୀ ଓ ଶ୍ରେୟା ପଟ୍ଟନାୟକ ହେଡ୍‌ ଗାର୍ଲ ଭାବେ ଚୟନ ହୋଇଥିଲେ। ସେହିପରି ଅରୁଶ ଶର୍ମା ଭାଇସ୍ ହେଡ୍‌ ବୟ ଓ ଫିଓନା ଦେବସ୍ମିତା ଏଲୋନେ ଭାଇସ୍‌ ହେଡ୍‌ ଗାର୍ଲ ଭାବେ ବିବେଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe