ପ୍ରହ୍ଲାଦ ମଲ୍ଲିକଙ୍କ ଜୟନ୍ତୀ ଉତ୍ସବ

Advertisment
ପ୍ରହ୍ଲାଦ ମଲ୍ଲିକଙ୍କ ଜୟନ୍ତୀ ଉତ୍ସବ

ଭୁବନେଶ୍ୱର : ‘ପ୍ରହ୍ଲାଦ ମଲ୍ଲିକ ସ୍ମୃତି ପରିଷଦ’ ପକ୍ଷରୁ ଜନନେତା ପ୍ରହ୍ଲାଦ ମଲ୍ଲିକଙ୍କ ୮୯ତମ ଜୟନ୍ତୀ ଉତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ସାଂପ୍ରତିକ ଛାୟା ଜରୁରିକାଳୀନ ପରିସ୍ଥିତି’ ଶୀର୍ଷକ ‘ପ୍ରହ୍ଲାଦ ସ୍ମାରକୀ ବକ୍ତତା’ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ବିଦ୍ୟୁତ୍‌ ଦାସଙ୍କୁ ଚଳିତ ବର୍ଷର ‘ପ୍ରହ୍ଲାଦ ମଲ୍ଲିକ ସମ୍ମାନ’ ପ୍ରଦାନ କରାଯାଇଛି। ଏଥିରେ ସୁପ୍ରିୟା ମଲ୍ଲିକଙ୍କ ଉପନ୍ୟାସ ‘ଭିକ୍ଷୁଣୀ’ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ପରିଷଦର ସାଧାରଣ ସଂପାଦକ ବସନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ। ସଭାପତି ପ୍ରଦୋଷ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏଥିରେ ପରିଷଦର କାର୍ଯ୍ୟକାରୀ ସଭାପତି ସିପ୍ରା ମଲ୍ଲିକ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ ସଂଗ୍ରାମ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe