ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

Advertisment
ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ମଳ ପରିଚାଳନା କ୍ଷେତ୍ରରେ ଗୁଣାତ୍ମକ ସେବା ଯୋଗାଉଥିବାରୁ ‌ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌ ମିଳିଛି। କ୍ବାଲିଟି ମ୍ୟାନେଜମେଣ୍ଟ ସିଷ୍ଟମର ଟିମ୍‌ ବିଏମ୍‌ସିରେ ଅଡିଟ୍‌ କରିବା ପରେ ଏହି ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ବିଶ୍ବର ଦ୍ବିତୀୟ ସହର ଭାବେ ଭୁବନେଶ୍ବରକୁ ଏହି ସାର୍ଟିଫିକେଟ୍‌ ମିଳିଛି। ବାଂଲାଦେଶର ଝେନାଇଦାହ ପୌରଶାଭ ସହର ପ୍ରଥମ ସହର ଭାବେ ଏହି ସାର୍ଟିଫିକେଟ୍‌ ପାଇଥିଲା।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବିଏମ୍‌ସି ରାଜ୍ୟର ପ୍ରଥମ ପୌରସଂସ୍ଥା ଭାବେ ମଳ ଉପଚାର ଓ ପରିଚାଳନା ନିୟମ-୨୦୧୮ ଆଣିଥିଲା। ଏହାପରେ ଘରୋଇ ଗାଡ଼ିକୁ ପାଇଖାନା ମଳ ନିଷ୍କାସନ ପାଇଁ ନିୟୋଜିତ କରିଥିଲା। ବର୍ତ୍ତମାନ ସୁଦ୍ଧା ୨୯ଟି ସେସ୍‌ପୁଲ୍‌ ଗାଡ଼ି ନିୟୋଜିତ ହୋଇଥିବାବେଳେ ସେଥିରେ ବିଏମ୍‌ସି ମାଗଣାରେ ଜିପିଏସ୍‌ ଲଗାଇଛି। ଏହାଦ୍ବାରା ପାଇଖାନା ମଳ ସଂଗ୍ରହ କରୁଥିବା ସେସ୍‌ପୁଲ୍‌ ଗାଡ଼ି କେଉଁଠି ମଳ ନିଷ୍କାସନ କରୁଛି ତାହା ଟ୍ରାକ୍‌ କରାଯାଇପାରୁଛି। ଯେଉଁମାନେ ରାସ୍ତା କଡ଼ରେ ମଳ ନିଷ୍କାସନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ବିଏମ୍‌ସି ପକ୍ଷରୁ ବସ୍ତି ଅଞ୍ଚଳରୁ ଟ୍ରିପ୍‌ ପିଛା ୪୯୨ ଟଙ୍କା ଓ ଟିକସ ଆଦାୟ ହେଉଥିବାବେଳେ ଅନ୍ୟ ଲୋକଙ୍କମାନଙ୍କ ଠାରୁ ଟ୍ରିପ୍‌ ପିଛା ୯୦୦ ଟଙ୍କା ଆଦାୟ ହେଉଛି। ଏହାଦ୍ବାରା ରାଜଧାନୀରେ ମଳ ପରିଚାଳନା ବ୍ୟବସ୍ଥାରେ ବହୁତ ସୁଧାର ଆସିଛି। ଯେଉଁଥିପାଇଁ ଆଇଏସ୍‌ଓ ସାର୍ଟିଫିକେଟ୍‌ ମିଳିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe