ଧଉଳିରେ ଜରାୟୁ କର୍କଟ ମୁକ୍ତ ଦିବସ: ନୀଳ ରଙ୍ଗରେ ଝଲସିଲା ଶାନ୍ତିସ୍ତୂପ

Advertisment
ଧଉଳିରେ ଜରାୟୁ କର୍କଟ ମୁକ୍ତ ଦିବସ: ନୀଳ ରଙ୍ଗରେ ଝଲସିଲା ଶାନ୍ତିସ୍ତୂପ

ଧଉଳି: ଆଜି ସନ୍ଧ୍ୟାରେ ଧଉଳି ଶାନ୍ତିସ୍ତୂପ ନୀଳରଙ୍ଗରେ ଝଲମଲ କରୁଥିଲା। ଭୁବନେଶ୍ୱର କ୍ରିୟା ଫାଉଣ୍ଡେସନ ଆନୁକୂଲ୍ୟରେ ବିଶ୍ୱ ଜରାୟୁ କର୍କଟ ମୁକ୍ତ ଦିବସ ପାଳିତ ହେବା ଅବସରରେ ଶାନ୍ତିସ୍ତୂପ ଏମିତି ସୁନ୍ଦର ଭାବେ ସଜେଇ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ କର୍କଟ ରୋଗର ଲକ୍ଷଣ, ପ୍ରତିଷେଧକ ଓ ନିରାକରଣ ବ୍ୟବସ୍ଥା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଲକ୍ଷଣ ଅନୁସାରେ ଜରାୟୁ କର୍କଟଜନିତ ସମସ୍ୟାର ଆଶୁ ସମାଧାନ ପାଇଁ ଉଚିତ ସମୟରେ ପ୍ରତିଷେଧକ ଟୀକା ନେବାକୁ ବିଶେଷଜ୍ଞମାନେ ଉପସ୍ଥିତ ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।

କ୍ରିୟା ଫାଉଣ୍ଡେସନର ପ୍ରତିଷ୍ଠାତା ଲିଲି ଜେନାମଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଧଉଳି ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, କଟକ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲର ପଦ୍ମାଳୟା ଦେବୀ, ସର୍ବଭାରତୀୟ ମହିଳା ଓ ପ୍ରସୂତି ବିଭାଗ ସଂଗଠନର ସଭାପତି ଡା. ସସ୍ମିତା ସ୍ୱାଇଁ, ଉତ୍କଳ ଚ୍ୟାମ୍ବର ଉପଦେଷ୍ଟା ମିନତି ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁ ମହିଳା, ଯୁବତୀ ଓ ଛାତ୍ରୀମାନେ ସାମିଲ୍‌ ହୋଇ କର୍କଟ ରୋଗ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବାଣ୍ଟିବାକୁ ଶପଥ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe