ମହିଳାଙ୍କୁ ଆକ୍ରମଣ କରି ଚେନ୍ ଲୁଟ୍‌

Advertisment
ଡାକ୍ତରାଣୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

NewsWire

ଭୁବନେଶ୍ବର : ବିଦ୍ୟାଳୟରୁ ଫେରୁଥିବା ସମୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ସୁନାଚେନ୍ ଝାମ୍ପି ନେଇଛନ୍ତି ଲୁଟେରା। ଏନେଇ ଲୁଟ୍‌ର ଶିକାର ଶିକ୍ଷୟିତ୍ରୀ ସୁନିତା କର ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ, ସୁନିତା ଘାଟିକିଆ ନାକାଗେଟ ଶୁଭମ୍ ସତ୍ୟମ ଆପାର୍ଟମେଣ୍ଟରେ ରୁହନ୍ତି। ସେ ଗତକାଲି ସିଜୁଆସ୍ଥିତ ଶିକ୍ଷାନୁଷ୍ଠାନରୁ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ। ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ନାକାଗେଟ୍‌ ନିକଟରେ ତାଙ୍କ ସ୍କୁଟିକୁ ଗୋଇଠା ମାରିଥିଲେ। ଫଳରେ ସୁନିତା ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ପରେ ଲୁଟେରା ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ସୁନିତା ଚିତ୍କାର କରିବା ବେଳକୁ ଲୁଟେରା ଦ୍ବୟ ଫେରାର ହୋଇଯାଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe