ସାମ୍ବାଦିକଙ୍କ ପତ୍ନୀଙ୍କ ଚେନ୍ ଝାମ୍ପିନେଲେ

Advertisment
ରାଜଧାନୀରେ ମାତିଛନ୍ତି ଅପରାଧୀ; ହାଣୁଛନ୍ତି, ଲୁଟୁଛନ୍ତି

Times of India

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବସ୍‌କୁ ଅପେକ୍ଷା କରିଥିବା ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀଙ୍କ ସ୍ତ୍ରୀ ସସ୍ମିତା ପାଣି। ଦୁର୍ବୃତ୍ତମାନେ ତାଙ୍କ ବେକରୁ ୧୭ ଗ୍ରାମ୍‌ ଓଜନର ସୁନା ଚେନ୍‌ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି। ଏନେଇ ଶ୍ରୀମତୀ ପାଣି ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି।

ସୂଚନାନୁସାରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଶ୍ରୀମତୀ ପାଣି ଅଫିସ୍‌ରୁ ଘରକୁ ଫେରିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ହଠାତ୍ ଜଣେ ଦୁର୍ବୃତ୍ତ ଆସି ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲା। ତାଙ୍କ ପାଟି ଶୁଣି ସେଠାରେ ବସ୍‌କୁ ଅପେକ୍ଷା କରିଥିବା ଲୋକେ ଦୁର୍ବୃତ୍ତକୁ ପିଛା କଲା ବେଳେ କିଛି ଦୂରରେ ଏକ ବାଇକ୍‌ରେ ଛକିଥିବା ଆଉ ଜଣେ ଦୁର୍ବୃତ୍ତ ତାକୁ ନେଇ ପାର୍ ହୋଇଯାଇଥିଲା। ଏକ ଜନଗହଳିପୂର୍ଣ୍ଣ ଛକରେ ଲୁଟେରା ଏଭଳି ଦୁଃସାହସ କରୁଥିବା ଘଟଣା ପାଇଁ ସେ ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe