ଚେନ୍ ଛଡ଼ାଇବା ଅଭିଯୋଗରେ ଜଣେ ଗିରଫ

Advertisment
ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ଭୁବନେଶ୍ବର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ସମୟରେ ଚେନ୍ ଛଡ଼ାଇ ନେବା ଅଭିଯୋଗରେ ଭରତପୁର ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଭରତପୁର ତଳସାହିର ବଳରାମ ସେଠୀ। ମିଳିଥିବା ସୂଚନା ମୁତାବକ, କୌଣସି କଥାକୁ ନେଇ ସଂଜୟ ଓ ଅଭିଯୁକ୍ତ ବଳରାମଙ୍କ ମଧ୍ୟରେ ମାର୍‌ପିଟ୍ ହୋଇଥିଲା। ଏହି ସମୟରେ ବଳରାମ ଜୋର୍‌ ଜବରଦସ୍ତ ସଂଜୟଙ୍କ ଚେନ୍ ଝାମ୍ପି ନେଇ ପଳାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ବଳରାମକୁ ଗିରଫ କରିବା ସହ ତା’ଠାରୁ ଚୋରି ସୁନାଚେନ୍‌କୁ ଜବତ କରିଛି।

୨ ବେପାରୀଙ୍କଠାରୁ ୨୨ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ
ଚନ୍ଦ୍ରଶେଖରପୁର : କମିସନରେଟ୍‌ ପୁଲିସର ହ୍ବାଇଟ୍‌ ସ୍ପାଇଡର୍‌ ଅଭିଯାନରେ ଆଜି ପୁଣି ୨ ବ୍ରାଉନ୍‌ସୁଗାର ବେପାରୀ ଧରାପଡ଼ିଛନ୍ତି। ଇନ୍‌ଫୋ‌ସିଟି ଥାନା ପୁଲିସ ପଟିଆ ରେଳ ଷ୍ଟେସନ୍ ନିକଟରୁ ଧରିଥିବା ଏହି ଦୁଇ ବେପାରୀ ହେଲେ ପଟିଆ ଭୋଇସାହିର ଝରେନ୍ଦ୍ର ନାୟକ (୨୮) ଓ ରାକେଶ ନାୟକ(୩୫)। ସେମାନଙ୍କଠାରୁ ୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ଏମାନଙ୍କ ସହଯୋଗୀ କୃଷ୍ଣନାଥକୁ ପୁଲିସ ଗିରଫ କରିଥିଲା। ବାଲେଶ୍ବରରୁ ଆସୁଥିବା ବଡ଼ ବେପାରୀଙ୍କ ଏଜେଣ୍ଟ ଭାବେ ଏମାନେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ କାରବାର କରୁଥିବା ଜଣାପଡ଼ିଛି।

ମୋବାଇଲ୍ ଝାମ୍ପି ଛେଚା ଖାଇଲେ ୨ ଲୁଟେରା
ଚନ୍ଦ୍ରଶେଖରପୁର : ଜନତା ମଇଦାନ ନିକଟ ମୋ’ ବସ୍‌ଷ୍ଟପ୍‌‌ରେ ଆଜି ୨ ମୋବାଇଲ୍‌ ଲୁଟେରାକୁ ସ୍ଥାନୀୟ ଲୋକେ ନିର୍ଧୁମ୍‌ ଛେଚି ପୁଲିସ ଜିମା ଦେଇଛନ୍ତି। ଚନ୍ଦ୍ରଶେଖରପୁର ପୁଲିସ ଅଭିଯୁକ୍ତଦ୍ବୟକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ସାଲିଆସାହି ଅଞ୍ଚଳରେ ରହୁଥିବା ଆକାଶ ସୁନା (୨୨) ଓ ପପୁ ବେହେରା (୧୯)। ସୂଚନାନୁଯାୟୀ, ଡମଣା ଅଞ୍ଚଳର ରଶ୍ମିରଂଜନ ସାହୁ ନାମକ ଜଣେ ଯୁବକ ଆଜି ଏହି ବସ୍‌ଷ୍ଟପରେ ବସ୍‌କୁ ଅପେକ୍ଷା କରିଥିଲେ। ସେହି ସମୟରେ ଆକାଶ ଓ ପପୁ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ରଶ୍ମିଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଇଥିଲେ। ଏହା ଦେଖି ସେହି ସମୟରେ ବସ୍‌ରୁ ଓହ୍ଲାଉଥିବା କିଛି ଯାତ୍ରୀ ଦୁଇଜଣଙ୍କୁ ମାଡ଼ି ବସିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ଦୁହିଁଙ୍କୁ ନିର୍ଧୁମ୍‌ ଛେଚି ଚନ୍ଦ୍ରଶେଖରପୁର ପୁଲିସ ଜିମା ଦେଇଥିଲେ। ଆଜି ସଂଧ୍ୟାରେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe