ରାଜମହଲ ଛକରେ ଛେଚା ଖାଇଲା ଲୁଟେରା

Advertisment

ମହିଳାଙ୍କ ଚେନ୍ ଛିଡ଼ାଇ ଫେରାର ହେଉଥିଲେ, ମାଡ଼ି ବସିଲେ ଲୋକ

ମହିଳାଙ୍କ ଚେନ୍ ଛିଡ଼ାଇ ଫେରାର ହେଉଥିଲେ, ମାଡ଼ି ବସିଲେ ଲୋକ

ସାମାନ୍ୟ ବାଇକ୍ ଧକ୍କାରୁ ଆକ୍ରମଣ !

The Hans India

ଭୁବନେଶ୍ବର : ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ବର୍ଷ ଆରମ୍ଭରୁ କମିସନରେଟ ପୁଲିସକୁ ଦେଇଛନ୍ତି ଖୋଲାଖୋଲି ଚ୍ୟାଲେଞ୍ଜ। ଗତକାଲି ଝାରପଡ଼ା ଜଗନ୍ନାଥ ନଗରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ୨୪ ଘଣ୍ଟା ଭିତରେ ତିନି ଲୁଟ୍ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁବାର ଅପରାହ୍‌ଣରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଜମହଲ ଛକରେ ମହିଳାଙ୍କ ଚେନ୍ ଛିଡ଼ାଇ ପଲସର୍ ବାଇକ୍‌ରେ ଫେରାର୍‌ ହେଉଥିବା ବେଳେ ଦୁଇ ଲୁଟେରା ଲୋକଙ୍କ ହାବୁଡ଼ରେ ପଡ଼ିଛନ୍ତି। ଦୁଇଜଣଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରିଥିବା ବେଳେ ଖବର ପାଇ ପିସିଆର ଭ୍ୟାନ୍ ଉଭୟଙ୍କୁ ଉଦ୍ଧାର କରିଛି। ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ କ୍ୟାପିଟାଲ ଥାନା ପୁଲିସକୁ ଜିମା ଦିଆଯାଇଛି। ରାଜମହଲ ଛକରେ ପୁଲିସ ଜୋରଦାର ଚେକିଂ କରୁଥିବା ବେଳେ ଏହାକୁ ଖାତିର ନ କରି ଲୁଟେରା ଲୁଟ୍ କରିବା ଘଟଣା କମିସନରେଟ ପୁଲିସର ପାରିବାପଣିଆକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ଜଣେ ମହିଳା ରାଜମହଲ ଛକ ନିକଟରେ ଚାଲି ଚାଲି ଯାଉଥିବା ବେଳେ ଲୁଟେରା ତାଙ୍କ ଚେନ୍ ଛିଡ଼ାଇଥିଲେ। ମହିଳା ଜଣଙ୍କ ଜୋରରେ ପାଟି କରିଥିଲେ। ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଲୋକ ରୁଣ୍ଡ ହୋଇ ଯାଇଥିଲେ। ଲୁଟେରା ଲୋକଙ୍କ ହାବୁଡ଼ରୁ ଖସି ପାରି ନ ଥିଲେ। ଉଭୟଙ୍କୁ ଲୋକ ଧରି ନିସ୍ତୁକ ପିଟିଥିଲେ। ସେମାନଙ୍କ ଠାରୁ ଲୁଟ୍ ଚେନ୍ ଉଦ୍ଧାର କରାଯାଇଥିବା ବେଳେ ବାଇକ୍ ଜବତ କରାଯାଇଛି। ଦୁଇ ଲୁଟେରା ରାଜଧାନୀରେ ଏକାଧିକ ଲୁଟରେ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ସେମାନଙ୍କୁ ପଚରାଉଚରା ପରେ ଅନ୍ୟ କେଉଁ ଲୁଟରେ ସମ୍ପୃକ୍ତ ଗୁମର ଖୋଲିବ ବୋଲି କୁହାଯାଉଛି। ଗତକାଲି ପୋଖରୀପୁଟର ମଧୁସୂଦନ ପାର୍କ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ଉଦ୍ୟମ କରି ଲୁଟେରା ବିଫଳ ହୋଇଥିଲେ। ଏହା ପରେ ସେମାନେ ପଲସର ବାଇକରେ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe