୫ଦିନିଆ ରିମାଣ୍ଡରେ ଚକରା, ଅପରାଧର ପେଡ଼ି ଖୋଲିବ

୫ଦିନିଆ ରିମାଣ୍ଡରେ ଚକରା, ଅପରାଧର ପେଡ଼ି ଖୋଲିବ

ଭୁବନେଶ୍ବର : କୁଖ୍ୟାତ ଅପରାଧୀ ଚକ୍ରଧର ବାରିକ ଓ ଚକରାକୁ ଖଣ୍ଡଗିରି ଥାନା ପୁଲିସ୍‌ ଶନିବାର ଦିନ ୫ ଦିନିଆ ରିମାଣ୍ଡରେ ଆଣିଛି। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ପୁଲିସ୍‌ ଚକରାକୁ ଗତ ୧୧ ତାରିଖରେ ଏନ୍‌କାଉଣ୍ଟର୍‌ କରିଥିଲା। ତାକୁ ଚିକିତ୍ସା ଲାଗି କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। କିଛିଦିନ ତଳେ ସେ ସୁସ୍ଥ ହୋଇ ଝାରପଡ଼ା ଜେଲ୍‌କୁ ଯାଇଥିଲା। ତେବେ ଚକରା ନାଁରେ ବହୁ ସଂଗିନ୍‌ ଅପରାଧ ଥିବାରୁ ତା’ଠାରୁ ଅଧିକ ତଥ୍ୟ ଆଦାୟ କରିବା ପାଇଁ ପୁଲିସ୍‌ ଶୁକ୍ରବାର ରିମାଣ୍ଡ ଆବେଦନ କରିଥିଲା। ଆଜି ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟ ପୁଲିସ୍‌ର ଆବେଦନକୁ ଗ୍ରହଣ କରି ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଏନ୍‌କାଉଣ୍ଟର୍‌ର ୩ ମାସ ପୂର୍ବରୁ ଚକରା ଜେଲ୍‌ରୁ ଜାମିନରେ ମୁକୁଳିଥିଲା। ତେବେ ଜେଲ୍‌ରୁ ମୁକୁଳିବା ପରେ ସେ ଭୁବନେଶ୍ବର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲାରେ ଆତଙ୍କ ଖେଳାଇଥିଲା। ରାଜଧାନୀ ସମେତ ବାକି ୩ ଜିଲ୍ଲାରେ ଚକରା ଓ ତା’ ଗ୍ୟାଙ୍ଗ୍‌ ନାଁରେ ପ୍ରାୟ ୨୦ରୁ ଅଧିକ ଲୁଟ୍ ଓ ଡକାୟତି ମାମଲା ରୁଜୁ ହୋଇଥିଲା। ତେଣୁ ସେସବୁର ଖୋଳତାଡ଼ ପାଇଁ ପୁଲିସ୍‌ ଚକରାକୁ ରିମାଣ୍ଡରେ ଆଣିଥିବା କୁହାଯାଉଛି। ରିମାଣ୍ଡରେ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ଓ ଚକରା ନାଁରେ ଆହୁରି ଆପରାଧିକ ମାମଲା ଯୋଡ଼ି ହେବ ବୋଲି କୁହାଯାଉଛି। ଅପରପକ୍ଷେ ୨ଦିନ ତଳେ ଚକରା ଜେଲ୍‌କୁ ଯିବା ସମୟରେ ଜାମିନ୍ ପାଇଁ ଭୁବନେଶ୍ବର ଏସ୍‌ଡିଜିଏମ୍‌ରେ ଆବେଦନ କରିଥିଲା। ମାତ୍ର ଜାମିନ୍ ଖାରଜ ହୋଇଯିବାରୁ ପରିବାରଲୋକେ ହାଇକୋର୍ଟକୁ ଯାଇଥିବା ଜଣାଯାଇଛି। ଆସନ୍ତା ଜୁନ୍‌ ୭ତାରିଖରେ ଚକରାର ଜାମିନ୍‌ ଉପରେ ହାଇକୋର୍ଟରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe