ମୁକ୍ତିଲାଭ କଲା ‘ଚ୍ୟାଲେଞ୍ଜ’: ୫୦ଟି ପ୍ରେକ୍ଷାଳୟରେ ୧୫୦ ସୋ

‘ଚ୍ୟାଲେଞ୍ଜ’ର ପ୍ରଥମ ପ୍ରିମିୟର ସୋ’ ବ୍ରହ୍ମପୁର ସହରରେ ସଫଳ ହେବା ପରେ ଦ୍ୱିତୀୟ ପ୍ରିମିୟର ସୋ’ ଭୁବନେଶ୍ୱରସ୍ଥିତ ‘ସ୍ବାତୀ ସିନେପ୍ଲେକ୍ସ’ରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କ ଆକ୍ସନ,  ଚୁଲ୍‌ବୁଲି ଏଲିନା ସାମନ୍ତରାୟଙ୍କ ସହ ତାଙ୍କ ସୂକ୍ଷ୍ମ ପ୍ରେମ କାହାଣୀ....

hsfhsffhhf

ଭୁବନେଶ୍ବର: ‘ଚ୍ୟାଲେଞ୍ଜ’ର ପ୍ରଥମ ପ୍ରିମିୟର ସୋ’ ବ୍ରହ୍ମପୁର ସହରରେ ସଫଳ ହେବା ପରେ ଦ୍ୱିତୀୟ ପ୍ରିମିୟର ସୋ’ ଭୁବନେଶ୍ୱରସ୍ଥିତ ‘ସ୍ବାତୀ ସିନେପ୍ଲେକ୍ସ’ରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କ ଆକ୍ସନ,  ଚୁଲ୍‌ବୁଲି ଏଲିନା ସାମନ୍ତରାୟଙ୍କ ସହ ତାଙ୍କ ସୂକ୍ଷ୍ମ ପ୍ରେମ କାହାଣୀ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଛି। ଆଲ୍‌ବମ କୁଇନ୍ ଲିପି ଓ ପୁପିଙ୍କ ଜାଇଫୁଲ ଯୋଡ଼ିକୁ ଦର୍ଶକଙ୍କ ଭଲ ପାଇବା ମିଳିଛି l ସର୍ବଭାରତୀୟ ସ୍ତରରେ ପ୍ରାୟ ୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ୧୫୦ଟି ସୋ’ ଚାଲିଛି।

ଭୁବନେଶ୍ୱର ପ୍ରିମିଅର ସୋ’ରେ ଅର୍ଦ୍ଧେନ୍ଦୁଙ୍କ ସହ ନାୟିକା ଏଲିନା ସାମନ୍ତରାୟ, ନିର୍ଦ୍ଦେଶକ ସାଇକିରଣ ମଙ୍ଗରାଜ, କ୍ୟାମେରାମ଼୍ୟାନ୍‌ ପ୍ରତାପ ଚନ୍ଦ୍ର ରାଉତ, ମିଡିଆ ପ୍ଲାନର୍‌ ପ୍ରଣୟ ଜେଠୀଙ୍କ ସମେତ ବିଭିନ୍ନ ଭୂମିକାରେ ଥିବା ଅଭିନେତା ପୁପି, ରବି ମିଶ୍ର, ପୃଥ୍ୱୀରାଜ ନାୟକ, ରତନ ମେହେର, ହରିହର ମହାପାତ୍ର, ଶକ୍ତି ବରାଳ, ମାମୁନି ମିଶ୍ର, ସନ୍ତୁ, ଭକ୍ତି ଓ ବିଭାସ ପ୍ରମୁଖ ଉପସ୍ଥିତ ଥିଲେ। ବଲିଉଡର ଖ୍ୟାତନାମା କଳାକାରପୁନିତ ଇସାର ଓରଫ ମହାଭାରତ ସିରିୟଲର ଦୁର୍ଯ୍ୟୋଧନ  ପ୍ରଥମଥର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଦର୍ଶକଙ୍କର ଉତ୍ସାହ ବଢ଼ିଥିଲା। ସୁପର ଆକ୍ସନ୍‌, ପାରିବାରିକ ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତ ଆଉ ନାଚର ମଜା ନେଉଛନ୍ତି ଦର୍ଶକ। ପ୍ରତ୍ୟେକ ନୃତ୍ୟରେ ପାରମ୍ପରିକ ଓଡ଼ିଆ କଳା ଓ ପରମ୍ପରାକୁ ସ୍ଥାନ ଦିଆଯାଇଛି। ଦଶହରାରେ ‘ଚ୍ୟାଲେଞ୍ଜ’ ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe