ବେଦାନ୍ତ ଆଲୁମିନିୟମ ପାର୍କରେ ନିବେଶ ପାଇଁ ଚାନ୍ଦଙ୍କ ଆହ୍ବାନ

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ବେଦାନ୍ତ ଆଲୁମିନିୟମ ପାର୍କରେ ନିବେଶ ପାଇଁ ଚାନ୍ଦଙ୍କ ଆହ୍ବାନ

ଭୁବନେଶ୍ବର: ମେକ୍‌ ଇନ ଓଡ଼ିଶା କନକ୍ଲେଭ-୨୦୨୨ରେ ଶୁକ୍ରବାର ଧାତବ ଓ ଏ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ ଉପରେ ଆୟୋଜିତ ଆଲୋଚାଚକ୍ରରେ ବେଦାନ୍ତ ଆଲୁମିନିୟମର ସଭାପତି ଡ ତପନ କୁମାର ଚାନ୍ଦ ଯୋଗଦେଇ ରାଜ୍ୟ ବକ୍ସାଇଟ, ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନରେ ପ୍ରଥମ ବୋଲି ମତ ଦେଇଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ୭ ଲକ୍ଷ କୋଟି ଟଙ୍କାର ଅଧିକ ନିବେଶ ପ୍ରସ୍ତାବ ଆସିଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ବେଦାନ୍ତର ଝାରସୁଗୁଡ଼ା ଆଲୁମିନିୟମ ପାର୍କରେ ନିବେଶ ପାଇଁ ସେ ଉଦ୍ୟୋଗୀମାନଙ୍କୁ ଆହ୍ବାନ କରିଥିଲେ।

ଏଥିରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଯୋଗଦେଇଥିଲେ। ଡ ଚାନ୍ଦ ଏହି ଅବସରରେ ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଆଲୁମିନିୟମ-ଦ ଫ୍ୟୁଚର ମେଟାଲ’କୁ ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe