ରାଜଧାନୀରେ ଚନ୍ଦା ଗ୍ୟାଙ୍ଗ୍‌

Advertisment
ରାଜଧାନୀରେ ଚନ୍ଦା ଗ୍ୟାଙ୍ଗ୍‌

Odisha Bytes

ଭୁବନେଶ୍ବର: ରାଜଧାନୀରେ ମାତିଛି ଚନ୍ଦା ଗ୍ୟାଙ୍ଗ୍‌। ସପ୍ତାହକ ମଧ୍ୟରେ ୮ଜଣଙ୍କ ଘରେ କଳାକନା ବୁଲାଇ ସାରିଲେଣି। ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଦିନରେ ରେକି କରୁଛନ୍ତି ଏବଂ ରାତିରେ ଘର ତାଡ଼ି କଳାକନା ବୁଲାଉଛନ୍ତି। ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗର ଏକାଧିକ ସଦସ୍ୟ ଚନ୍ଦା। ତେଣୁ ଏହି ଗ୍ୟାଙ୍ଗ୍‌କୁ ଚନ୍ଦା ଗ୍ୟାଙ୍ଗ୍‌ ବୋଲି କୁହାଯାଉଛି। ସେମାନେ କେତେବେଳେ ଧୋତି ପିନ୍ଧି ଆସୁଛନ୍ତି ତ କେତେବେଳେ ହାଫ୍‌ ପ୍ୟାଣ୍ଟ। ଲୁଟ୍‌ କରିବା ବେଳେ ଜୋତା କି ଚପଲ ପିନ୍ଧୁ ନାହାନ୍ତି। ଫଳରେ ପୁଲିସର ସନ୍ଧାନୀ କୁକୁର ସହଯୋଗରେ ସେମାନଙ୍କୁ ଠାବ କରିବା କାଠିକରପାଠ ହୋଇଛି।

ଏହି ଗ୍ୟାଙ୍ଗ୍‌ରେ ୬ଜଣ ସଦସ୍ୟ ଥିବା ପୁଲିସ କହିଛି। ଶନିବାର ରାତିରେ ଏହି ଗ୍ୟାଙ୍ଗ୍‌ ଭରତପୁର ଦୁର୍ଗାମାଧବନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ମାଲିକଙ୍କୁ ତାଲା ପକାଇ କଳାକନା ବୁଲାଇଥିଲେ। ଘର ମାଲିକ ୩୦ ବର୍ଷ ଧରି ସାଇତି ରଖିଥିବା ୨୭ ଟି ଦେଶର ନୋଟ୍‌ ଏବଂ ୫ ହଜାର ପୁରୁଣା କଏନ୍‌ ଲୁଟି ନେଇଥିଲେ। ଘରୁ ସୁନା ଅଳଙ୍କାର ଓ ଟଙ୍କା ମଧ୍ୟ ଲୁଟି ନେଇଥିଲେ। ସେହିପରି ମଙ୍ଗଳବାର ରାତିରେ ଲକ୍ଷ୍ମୀସାଗର ସନ୍ତୋଷୀବିହାରର ମିହିରକାନ୍ତ ସାମଲ ଓ ତାଙ୍କ ପଡ଼ୋଶୀଙ୍କ ଘରର ଝରକା ତାଡ଼ି ଘରୁ ୨ ଶହ ଗ୍ରାମରୁ ଅଧିକ ଓଜନର ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe