Chandaka-Dampada Sanctuary: ସରିଲା ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପକ୍ଷୀଗଣନା: ଏଥର ଆସିଲେନି ବିଦେଶୀ ପକ୍ଷୀ

Advertisment

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଏବର୍ଷ ଅଭୟାରଣ୍ୟରେ ୭୩ ପ୍ରଜାତିର ୧୨ହଜାର ୬୪୫ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ବି ‌ନୂଆ ପ୍ରଜାତିର ପକ୍ଷୀ ଏଥର ଦେଖାଯାଇ ନାହାନ୍ତି।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଏବର୍ଷ ଅଭୟାରଣ୍ୟରେ ୭୩ ପ୍ରଜାତିର ୧୨ହଜାର ୬୪୫ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ବି ‌ନୂଆ ପ୍ରଜାତିର ପକ୍ଷୀ ଏଥର ଦେଖାଯାଇ ନାହାନ୍ତି।

fshfsfhsbxvbvbv

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଏବର୍ଷ ଅଭୟାରଣ୍ୟରେ ୭୩ ପ୍ରଜାତିର ୧୨ହଜାର ୬୪୫ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ବି ‌ନୂଆ ପ୍ରଜାତିର ପକ୍ଷୀ ଏଥର ଦେଖାଯାଇ ନାହାନ୍ତି। ରାଜଧାନୀ ଉପକଣ୍ଠରେ ପ୍ରାକୃତିକ ଜଙ୍ଗଲ ହ୍ରାସ ସହ କଂକ୍ରିଟ୍‌ ନିର୍ମାଣ ବଢ଼ୁଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆଦୌ ହୋଇନାହିଁ। ଗଣନା ସମୟରେ ଗୋଟିଏ ବି ‌ବିଦେଶାଗତ ପକ୍ଷୀ ନଜରକୁ ଆସି ନାହାନ୍ତି। ଅଭୟାରଣ୍ୟର ୪ଟି ରେଞ୍ଜରେ କେବଳ ଦେଶୀୟ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା।

Fire in unit-1 market: ହୁତୁହୁତୁ ହୋଇ ଜଳିଲା ୟୁନିଟ୍‌ ୧ ହାଟ: ୨୫ରୁ ଅଧିକ ଦୋକାନ ସ୍ବାହା

 ବନଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ୭୩ ପ୍ରକାରର ପକ୍ଷୀ ଚନ୍ଦକା ଅଭୟାରଣ୍ୟ ଅଞ୍ଚଳକୁ ଆସିଛନ୍ତି। ପ୍ରତିବର୍ଷ ଭଳି ପୋଚାର୍ଡ, ହଂସ, ହଂସରାଳି, ଗେଣ୍ଡାଳିଆ, ପେଲିକାନ୍‌, ଫ୍ଲେମିଙ୍ଗୋ, କର୍ମୋମୋରାଣ୍ଟ, ପିଣ୍ଟେଲ୍‌ ଆଦି ଯାଯାବର ଜାତୀୟ ପକ୍ଷୀମାନେ ଅଭୟାରଣ୍ୟର ବିଭିନ୍ନ ଜଳାଶୟରେ ଦେଖିବାକୁ ମିଳିଛନ୍ତି। ଅଭୟାରଣ୍ୟ ଭିତରେ ଥିବା ଜଳାଶୟଗୁଡ଼ିକରେ ଅଧିକ ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଛନ୍ତି। ଉପକଣ୍ଠରେ ଥିବା ଜଳାଶୟକୁ ଆସିବାକୁ ସେତେଟା ଆଗ୍ରହ ଦେଖାଇ ନାହାନ୍ତି। ପ୍ରତିବର୍ଷ ୪ରୁ ୫ ପ୍ରଜାତିର ବିଦେଶୀ ପକ୍ଷୀ ଆସୁଥିବା ବେଳେ ଏଥର ଆଦୌ ନ ଆସିବାକୁ ନେଇ ପକ୍ଷୀପ୍ରେମୀମାନେ ଚିନ୍ତାପ୍ରକଟ କରିଛନ୍ତି। ଏଥର ପକ୍ଷୀ ଗଣନା କାର୍ଯ୍ୟରେ ବନ ବିଭାଗର କର୍ମଚାରୀଙ୍କ ସହ ମୋଟ୍‌ ୮୦ ଜଣ ସାମିଲ ହୋଇଥିଲେ। ୧୨ଟି ଟିମ୍‌ରେ ବିଭକ୍ତ ହୋଇ ସେମାନେ ଗଣନା କାମ ସମ୍ପାଦନ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ସ୍ଥାନୀୟ ଲୋକେ ମଧ୍ୟ ସ୍ବତପ୍ରବୃତ୍ତ ଭାବେ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।

୭୩ ପ୍ରଜାତିର ୧୨,୬୪୫ ସ୍ଥାନୀୟ ପକ୍ଷୀ ଚିହ୍ନଟ
୧୨ଟି ୟୁନିଟ୍‌ରେ ୮୨ ସଦସ୍ୟ ଗଣନାରେ ସାମିଲ

ରାଜଧାନୀ ଉପକଣ୍ଠ ଏକାମ୍ର ପାର୍କ ହ୍ରଦ, ପୁରୀ କେନାଲ, ମୁଣ୍ଡଳୀରୁ ନରାଜ ବ୍ୟାରେଜ୍‌, ମାଢ଼ୁଆ, ଡମପଡ଼ା ପାଟପୁର ପାଟ, ଚୁଡ଼ଙ୍ଗଗଡ଼ ପାଟ, ବାରିମାଣ, କୁମାରଖୁଣ୍ଟି, ଜାରିଆ, ଅମ୍ବିଲ, ଡେରାସ, କଜଳାଗଣ୍ଡ, ଝୁମୁକା ପରି ସ୍ଥାନକୁ ଚିହ୍ନଟ କରି ପକ୍ଷୀ ଗଣନା ହୋଇଥିଲା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପକ୍ଷୀ ଗଣନା ଦୁଇଟି ପଦ୍ଧତିରେ ହୋଇଛି। କମ୍‌ ଦେଖାଯାଉଥିବା ସ୍ଥାନରେ ସିଧାସଳଖ ଗୋଟି ଗୋଟି କରି ଗଣନା ହୋଇଥିବା ବେଳେ ଯେଉଁଠି ଦଳଗତଭାବେ ଅଧିକ ସଂଖ୍ୟାରେ ପକ୍ଷୀ ରହିଥିଲେ ସେଠାରେ ହାରାହାରି ଆକଳନ କରାଯାଇଛି। ଅର୍ଥାତ୍‌ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପକ୍ଷୀଙ୍କର ଘନତାକୁ ନେଇ ହିସାବ କରାଯାଇଥିଲା। ଏଥିପାଇଁ ବାଇନାକୁଲର ଓ ଅତ୍ୟାଧୁନିକ ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ବ୍ୟବହାର ହୋଇଥିଲା। ସାଧାରଣତଃ ଦେଖାଯାଇଛି ଯେ ଯଦି ବିଦେଶାଗତ ପକ୍ଷୀମାନେ ଚିଲିକାରେ ନିଜକୁ ଅସୁରକ୍ଷିତ ମନେ କରନ୍ତି ତେବେ ସେମାନେ ଚନ୍ଦକା ମୁହାଁ ହୋଇଥାନ୍ତି। ମାତ୍ର ଏଥର ସେମିତି କିଛି ହୋଇ ନାହିଁ। ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଠାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳି ନାହାନ୍ତି।

Fire in unit-1 market: ହୁତୁହୁତୁ ହୋଇ ଜଳିଲା ୟୁନିଟ୍‌ ୧ ହାଟ: ୨୫ରୁ ଅଧିକ ଦୋକାନ ସ୍ବାହା

ଚନ୍ଦକା ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି ଯେ ସମସ୍ତଙ୍କ ସହାୟତାରେ ସଫଳତାର ସହ ପକ୍ଷୀ ଗଣନା ସରିଛି। ଗତବର୍ଷ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୫ ଗଣନା ସମୟରେ ୧୨ହଜାର ୫୪୨ ପକ୍ଷୀ ଚିହ୍ନଟ ହୋଇଥିଲେ। ୧୦୩ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ଜଙ୍ଗଲ ଭିତରେ ଥିବା ଜଳାଶୟଗୁଡ଼ିକରେ ପକ୍ଷୀଙ୍କ କଳରବ ଲାଗିରହିଛି। ସେମାନଙ୍କ ସୁରକ୍ଷା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe