ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ ଉଦ୍ଧାର ମୋବାଇଲ୍‌ ହସ୍ତାନ୍ତର

Advertisment
ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ ଉଦ୍ଧାର ମୋବାଇଲ୍‌ ହସ୍ତାନ୍ତର

ଚନ୍ଦ୍ରଶେଖରପୁର : ବିଭିନ୍ନ ସମୟରେ ଲୁଟ୍‌ ହେଉଥିବା ମୋବାଇଲକୁ ଆଉ ଫେରିପାଇବାର ଆଶା ରଖିନଥାଆନ୍ତି ହିତାଧିକାରୀ। ଯଦି ବା ଉଦ୍ଧାର ହେଲା ପୁଲିସ୍‌ର ଜଟିଳ ପ୍ରକ୍ରିୟା ମଧ୍ୟରେ ତାହା ଛନ୍ଦି ହୋଇଯାଏ। ମାତ୍ର ଚନ୍ଦ୍ରଶେଖରପୁର ଥାନା ପୁଲିସ ଏ କ୍ଷେତ୍ରରେ ସାଧୁ ଉଦ୍ୟମ କରିଛି। ଗତ ଏକ ମାସ ମଧ୍ୟରେ ଏହି ଥାନା ପକ୍ଷରୁ ମୋଟ ଚୋରି ଯାଇଥିବା ୨୦ଟି ମୋବାଇଲ୍‌ ଉଦ୍ଧାର କରାଯାଇଥିଲା। ଏହି ଉଦ୍ଧାର ମୋବାଇଲ୍‌ଗୁଡ଼ିକ ମଧ୍ୟରୁ ୧୦ଜଣ ହିତାଧିକାରୀଙ୍କୁ ସେମାନଙ୍କର ମୋବାଇଲ୍‌ ହସ୍ତାନ୍ତର କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌। ଆଇଆଇସି ଦୀପକ ମିଶ୍ରଙ୍କ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟ ସାଧାରଣରେ ପ୍ରଶଂସନୀୟ ହୋଇଛି। ଏହାସହ ବାକି ଥିବା ମୋବାଇଲ୍‌ଗୁଡ଼ିକୁ ମଧ୍ୟ ଫେରାଇବା ନେଇ ପ୍ରକ୍ରିୟା ଜାରି ରହିଛି। ଉପଯୁକ୍ତ ହିତାଧିକାରୀଙ୍କ ଠିକଣା ପାଇଲେ ସେଗୁଡ଼ିକୁ ମଧ୍ୟ ହସ୍ତାନ୍ତର କରାଯିିବା ନେଇ ଆଇଆଇସି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଥାନା ପକ୍ଷରୁ ଜବତ କରାଯାଉଥିବା ବିଭିନ୍ନ ଚୋରି ଦ୍ରବ୍ୟକୁ ଥାନାରେ ପକାଇ ନରଖି ଉପଯୁକ୍ତ ହିତାଧିକାରୀଙ୍କୁ ଫେରେଇବାକୁ ପୁଲିସ ଡିଜି ମଧ୍ୟ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ବ୍ୟବସ୍ଥାର ସୁପରିଚାଳନା କରାଗଲେ ଲୋକଙ୍କ ମନରେ ପୁଲିସ୍‌ ପ୍ରତି ଭରସା ବୃଦ୍ଧି ପାଇବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe