ଚନ୍ଦ୍ରଶେଖରପୁର ଥାନା ଆଇଆଇସିଙ୍କ ସମେତ ୮ ଆକ୍ରାନ୍ତ

Advertisment

ଝାରପଡ଼ା ଜେଲର ୧୨ ସୁରକ୍ଷାକର୍ମୀ ଆକ୍ରାନ୍ତ, ୧୦୦ କଏଦୀଙ୍କର ହେଲା କୋଭିଡ୍ ପରୀକ୍ଷା

ଝାରପଡ଼ା ଜେଲର ୧୨ ସୁରକ୍ଷାକର୍ମୀ ଆକ୍ରାନ୍ତ, ୧୦୦ କଏଦୀଙ୍କର ହେଲା କୋଭିଡ୍ ପରୀକ୍ଷା

ଚନ୍ଦ୍ରଶେଖରପୁର ଥାନା ଆଇଆଇସିଙ୍କ ସମେତ ୮ ଆକ୍ରାନ୍ତ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନାର ଆଇଆଇସି ଯୁବରାଜ ସ୍ବାଇଁଙ୍କ ସମେତ ୮ ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସମସ୍ତ ଆକ୍ରାନ୍ତ ଏବେ ସଙ୍ଗରୋଧରେ ଅଛନ୍ତି। ଏସିପି ପ୍ରକାଶଚନ୍ଦ୍ର ପାଲ୍ ଚନ୍ଦ୍ରଶେଖରପୁର ଥାନା ଦାୟିତ୍ବରେ ଅଛନ୍ତି। କିଛି ଦିନ ପୂର୍ବେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଶ୍ରୀ ସ୍ବାଇଁ ଅସୁସ୍ଥ ଅନୁଭବ କରିବାରୁ କୋଭିଡ଼୍ ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ହୋମ୍ କ୍ବାରାଣ୍ଟିନ୍‌ରେ ରହିଛନ୍ତି। ପରେ ପରେ ଅନ୍ୟ କିଛି କର୍ମଚାରୀଙ୍କର ସ୍ବାବ୍ ନମୁନା ପରୀକ୍ଷା କରା ଯାଇଥିଲା ଓ ୮ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ମାତ୍ର ୪/୫ଜଣ କର୍ମଚାରୀରେ ଥାନା ଚାଲିଥିବା ଜଣାପଡ଼ିଛି। ଜନସଂଖ୍ୟା ଦୃଷ୍ଟିରୁ ଏହି ଥାନାର ପରିସର ବେଶ୍ ବ୍ୟାପକ ହୋଇଥିବାରୁ ଏହି ହାତଗଣତି ପୁଲିସ ଅଧିକାରୀ ଓ କର୍ମଚାରୀରେ ଥାନା ପରିଚାଳନା ସହଜ ହେଉନାହିଁ ବୋଲି ଜଣାପଡ଼ିଛି।

ଝାରପଡ଼ା ଜେଲର ୧୨ ସୁରକ୍ଷାକର୍ମୀ ଆକ୍ରାନ୍ତ, ୧୦୦ କଏଦୀଙ୍କର ହେଲା କୋଭିଡ୍ ପରୀକ୍ଷା
ଭୁବନେଶ୍ୱର : ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପରେ ଏବେ ଛନକା ପଶିଛି। ଜେଲରେ ସଂକ୍ରମଣ ବ୍ୟାପିଥିବା ଆଶଙ୍କା ମଧ୍ୟ ଦେଖାଦେଇଛି। ଏଭଳି ସ୍ଥିତିରେ ଜେଲ୍ ସୁରକ୍ଷାରେ ନିୟୋଜିତ ଓଡ଼ିଶା ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଓଏସ୍ଏସ୍ଏଫ)ର ୧୨ ଜଣ ସୁରକ୍ଷାକର୍ମୀ କରୋନା ପଜିଟିଭ୍ ବାହାରିଛନ୍ତି। ଏତେ ସଂଖ୍ୟାରେ ସୁରକ୍ଷାକର୍ମୀ ପଜିଟିଭ୍ ବାହାରିଥିବାରୁ ଜେଲ ସୁରକ୍ଷା ଚିନ୍ତାର କାରଣ ପାଲଟିଛି। ମୁଖ୍ୟ ସୁରକ୍ଷାକୁ ଛାଡ଼ି ଦେଲେ କେତେକ ସୁରକ୍ଷା ପୋଷ୍ଟକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଆଜିଠୁ କଏଦୀଙ୍କର କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଛି। ଆଜି ସ୍ବତନ୍ତ୍ର କ୍ୟାମ୍ପ ଜରିଆରେ ପ୍ରାୟ ଶହେ ଜଣ କଏଦୀଙ୍କର କୋଭିଡ୍ ପରୀକ୍ଷା କରାଯାଇଛି। ଆସନ୍ତାକାଲି ମଧ୍ୟ ପରୀକ୍ଷା କରାଯିବ। ଆଜି ପରୀକ୍ଷା ହୋଇଥିବା ଶହେ ଜଣ କଏଦୀଙ୍କର ରିପୋର୍ଟ ମଧ୍ୟ ଆସନ୍ତାକାଲି ଆସିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୧୪ ତାରିଖରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୋଲଡେନ୍‌ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଯୁଗଳ ମାଧବ ଖଣ୍ଡୁଆଳଙ୍କର ମୃତ୍ୟୁ ହୋଇଥିଲା।

ଏସ୍ଓଜି କ୍ୟାମ୍ପରେ ଶହେ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ କେନ୍ଦ୍ର
ଭୁବନେଶ୍ୱର : ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ପୁଲିସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଚନ୍ଦକାସ୍ଥିତ ଏସ୍ଓଜି କ୍ୟାମ୍ପରେ ଖୋଲିଥିବା ସ୍ବତନ୍ତ୍ର ଆଇସୋଲେସନ୍ କେନ୍ଦ୍ର ଶଯ୍ୟା ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ଏ ନେଇ ପୁଲିସ ଡିଜି ଖୁସି ବ୍ୟକ୍ତ କରିବା ସହ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଗତ ୨୨ ତାରିଖରୁ ଏହି ଆଇସୋଲେସନ୍ କେନ୍ଦ୍ର ଖୋଲିଥିବା ବେଳେ କୋଭିଡ୍ ଆକ୍ରାନ୍ତ ପୁଲିସ କର୍ମଚାରୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe