ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଘର ବଦଳିଲା

Advertisment
ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଘର ବଦଳିଲା

ପୁରୁଣା ଭୁବନେଶ୍ୱର: କୋର୍ଟ ପରିସରରେ ଜୁଡିସିଆଲ ବିଲ୍‌ଡିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଭୁବନେଶ୍ୱର କୋର୍ଟ କ୍ୟାମ୍ପସ ପରିସରରେ ଥିବା ଭୁବନେଶ୍ୱର ସବ୍‌ ରେଜିଷ୍ଟ୍ରାର ଓ ଖଣ୍ଡଗିରି କାର୍ଯ୍ୟାଳୟ ଠିକଣା ବଦଳିଛି। କୋର୍ଟ କ୍ୟାମ୍ପସ ପରିସରରେ ନୂତନ ଭାବେ ତିଆରି ହୋଇଥିବା ଅସ୍ଥାୟୀ ଟିଣ ଘରକୁ ଦୁଇ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଆଇନଜୀବୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପୁଲିସ ଉପସ୍ଥିତିରେ ସକାଳୁ ଭୁବନେଶ୍ୱର ସବ୍‌ ରେଜିଷ୍ଟ୍ରାର ଓ ଖଣ୍ଡଗିରି କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତର ଆରମ୍ଭ ହୋଇଥିଲା। ଏପରି ଗୃହରେ ସବ୍‌ ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ଚାଲିଲେ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯିବ ବୋଲି ଆଇନଜୀବୀମାନେ କହିଥିଲେ। ଅନ୍ୟପକ୍ଷରେ ତାହା ପୁଲିସ କ୍ୟାମ୍ପସ ପରିସରରେ ଥିବାରୁ କିଛି ଆଇନଜୀବୀ ଏହାକୁ ବିରୋଧ କରି ପାଟିତୁଣ୍ଡ କରିଥିଲେ। ଏନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଆଇନଜୀବୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲା। ୨ମାସ ପରେ ଏସି ଏସ୍‌ଟି କ୍ୟାମ୍ପସରେ ସବ୍‌ ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଗୋଟିଏ କ୍ୟାମ୍ପସ୍‌ ଭିତରେ କୋର୍ଟ, ତହସିଲ, ସବ୍‌ ରେଜିଷ୍ଟ୍ରାର ଆଦି ସରକାରୀ କାର୍ଯ୍ୟାଳୟ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୧୬ତାରିଖ ପରେ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe