ଗୁଣାତ୍ମକ ଶିକ୍ଷା ସହ ଚରିତ୍ର ଗଠନ ଜରୁରୀ

Advertisment

ରମାଦେବୀ ବିଶ୍ବବିଦ୍ୟାଳୟରେ ‘ଶିକ୍ଷକ ବିକାଶ ତାଲିମ କାର୍ଯ୍ୟକ୍ରମ’

ରମାଦେବୀ ବିଶ୍ବବିଦ୍ୟାଳୟରେ ‘ଶିକ୍ଷକ ବିକାଶ ତାଲିମ କାର୍ଯ୍ୟକ୍ରମ’

ଗୁଣାତ୍ମକ ଶିକ୍ଷା ସହ ଚରିତ୍ର ଗଠନ ଜରୁରୀ

ଭୁବନେଶ୍ବର: ଶ୍ରେଣୀଗୃହରେ ଅଧ୍ୟାପନା କରୁଥିବା ଅଧ୍ୟାପକ ଅଧ୍ୟାପିକା କେବଳ ଶ୍ରେଣୀ ମଧ୍ୟରେ ସୀମିତ ରହିବା ଅନୁଚିତ୍‌। ସେମାନେ ସାମଗ୍ରିକ ଭାବେ ଛାତ୍ରୀଙ୍କର ବିକାଶ ସହ ଦକ୍ଷତା ଓ ସାମର୍ଥ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଗୁଣାତ୍ମକ ଶିକ୍ଷା ସହ ଚରିତ୍ର ଗଠନ କରିବା ଜରୁରୀ। ପାଠପଢ଼ାରେ ଦକ୍ଷତା ଓ ପାରଦର୍ଶିତା ଲାଭ କରିବା ଦରକାର। ଶିକ୍ଷକ ହେବା ଏତେ ସହଜ ନୁହେଁ। ଶିକ୍ଷକତା ସମୟରେ ପିଲାଙ୍କ ଚରିତ୍ର କିପରି ଗଠନ ହୋଇପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଶିକ୍ଷକ ଶିକ୍ଷୟିତ୍ରୀ ନିଜର ସ୍ବତନ୍ତ୍ର ଆଦର୍ଶ କରିବା ଜରୁରୀ। ଫଳରେ ତାହାର ରାଜ୍ୟର ପିଲାଙ୍କ ପାଇଁ ଉପକାରୀ ହୋଇପାରିବେ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ‘ଶିକ୍ଷକ ବିକାଶ ତାଲିମ କାର୍ଯ୍ୟକ୍ରମ’କୁ ଉଦ୍‌ଘାଟନ କରି ବିଶ୍ବବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ ଏହା କହିଛନ୍ତି।

ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ସଂଘମିତ୍ରା ଭଞ୍ଜଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇଡିପିର ମୁଖ୍ୟ ପ୍ରଫେସର ଚଣ୍ଡୀଚରଣ ରଥ ଯୋଗଦେଇ ଅଧ୍ୟାପକ ଅଧ୍ୟାପିକାଙ୍କ ବିକାଶ ତାଲିମ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୪୮ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ବିଜୟ କୁମାର ଶତପଥୀ, ପ୍ରଫେସର ବିଷ୍ଣୁପ୍ରିୟା ଓତା, ବାବାଜୀ ଚରଣ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ଅନୁସାରେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଜ୍ୟୋତିପ୍ରଭା ମହାନ୍ତି ଓ ଦୀପ୍ତିମୟୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe