ହାଇଟେକ୍‌ ମେଡିକାଲ କଲେଜ ପକ୍ଷରୁ ଚରକ-୨୦୨୩

Advertisment
ହାଇଟେକ୍‌ ମେଡିକାଲ କଲେଜ ପକ୍ଷରୁ ଚରକ-୨୦୨୩

ଭୁବନେଶ୍ବର: ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ୨୦୧୭-୧୮ ବ୍ୟାଚ୍ ସ୍ନାତକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ‘ଚରକ-୨୦୨୩’ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରମମନ୍ତ୍ରୀ ଶାରଦା ପ୍ରସାଦ ନାୟକ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଡ. ସୁରେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ଇଂ ରୂପେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ଡ. ରାକେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ସନ୍ତୋଷ ଚୌଧୁରୀ, ଉପ-ନିର୍ଦ୍ଦେଶକ ଅନିଲ ପାଣିଗ୍ରାହୀ, ମେଡିକାଲ ସୁପରିନ୍‌ଣ୍ଟେଣ୍ଡେଣ୍ଟ ଡ. ବାସୁଦେବ ବେହେରା ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ସାମଲ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଅଧ୍ୟାପକ ଡ. ଚିତ୍ତରଞ୍ଜନ ସାହାଣୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଡମିନଷ୍ଟ୍ରେଟିଭ ଅଫିସର ଗୋପେଶ୍ୱର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe