ଭୁବନେଶ୍ୱର: ଚରଣଦାସ ଜଣେ ସ୍ପଷ୍ଟବାଦୀ, ପେସାଦାର ତଥା କୁଶଳୀ ଚୋର। ସେ ପେସାରେ ଚୋର ହେଲେ ମଧ୍ୟ ତାର ହୃଦୟ ଥିଲା ଭାରି କୋମଳ। ସେ ଚୋରି କରେ ସତ, କିନ୍ତୁ ଦରକାର ପଡ଼ିଲେ ସେ ଧନ ଗରିବଙ୍କୁ ବି ବାଣ୍ଟିଦିଏ। ଏହିଭଳି ଚୋରି ଓ ସତ୍ୟବାଦୀ ଦୁଇ ବିପରୀତ ଧର୍ମୀ ନୀତିକୁ ଆପେଣେଇ ଥିଲା ଚରଣଦାସ। ଏଭଳି ଏକ ରୋଚକ କଥାବସ୍ତୁକୁ ନେଇ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ଚରଣଦାସ ଚୋର’। ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନ ପକ୍ଷରୁ ନୂଆପଲ୍ଲୀ ଭିଆଇପି ଅଞ୍ଚଳସ୍ଥିତ ବିଜୁ ନାଟ୍ୟକେନ୍ଦ୍ରଠାରେ ଆୟୋଜିତ ‘ବର୍ଷା ଉତ୍ସବ’ରେ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶନାରେ ଏହି ନାଟକ ପରିବେଷିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉତ୍ସବରେ ୧୬ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚାରୁଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us