ଭୁବନେଶ୍ବର: ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବ୍ୟୋମକେଶ କରଙ୍କ ସ୍ଥାନୀୟ ସାମନ୍ତବିହାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ତଥା ଲେଖିକା ଇଲିମା କର, ଦୁଇ ପୁଅ ସନ୍ଦୀପ ଓ ସଂଜିତ, ବୋହୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ।
ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଶ୍ରୀ କର ମହାପ୍ରବନ୍ଧକ ଭାବେ ଇଡିକଲ୍ରୁ ଅବସର ନେଇ ରାଜ୍ୟର ପ୍ରମୁଖ ଶିଳ୍ପ ସଂସ୍ଥାରେ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।
Follow Us