ଭୁବନେଶ୍ବର: ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଯୋଗେଶ୍ବର ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ବିଭିନ୍ନ ମନ୍ଦିରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ‘ହରେ କୃଷ୍ଣ... ହରେ କୃଷ୍ଣ ... କୃଷ୍ଣ କୃଷ୍ଣ... ହରେ ହରେ' ଧ୍ବନିରେ ଆଜି ମନ୍ଦିର ପରିସର ପ୍ରକମ୍ପିତ ହେବ। ଭକ୍ତଙ୍କ କୋଳାହାଳରେ ଭଗବାନ ଆହ୍ଲାଦିତ ହେବେ। ଶହଶହ ଭକ୍ତଙ୍କ ଆଗମନକୁ ନଜରରେ ରଖି ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଇସ୍କନ ସମେତ ରାମମନ୍ଦିର, ରାଧାକୃଷ୍ଣ ମନ୍ଦିର, ବାୟାବାବା ମଠରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଉପଲକ୍ଷେ ରାସଲୀଳାର ଆୟୋଜନ ସହିତ ମନ୍ଦିରମାନଙ୍କରେ ଭାଗବତ, ଗୀତା ପାଠ ସହ କୃଷ୍ଣଙ୍କର ଭକ୍ତିଗୀତ ଗାନ କରାଯିବ। ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ ସାଂସାରିକ ମୋହ, ଆସକ୍ତି ଦୂର ହୁଏ ବୋଲି ବିଶ୍ବାସ ରହିଛି। ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀର ସ୍ୱତନ୍ତ୍ର ନୀତି ତଥା ପୂଜାର୍ଚ୍ଚନାର ବିଧି ପାଳନ ହୋଇଥାଏ। ସେହି ବିଧି ଅନୁଯାୟୀ ରାଜଧାନୀର ମନ୍ଦିରଗୁଡ଼ିକରେ ମଧ୍ୟରେ ବ୍ୟବସ୍ଥା ହୋଇଛି।
ଇସ୍କନରେ ଚାଲିବ ଭଜନକୀର୍ତ୍ତନ
ଇସ୍କନ୍ ମନ୍ଦିରରେ ଭୋର ୪.୧୫ରୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯିବ। ସାଢ଼େ ୪ଟାରେ ମଙ୍ଗଳଆଳତି, ସକାଳ ସାଢ଼େ ୭ରେ ଗୁରୁପୂଜା, ୮ଟା ବେଳକୁ ଦର୍ଶନ ଆଳତି ଅନୁଷ୍ଠିତ ହେବ। ୮ଟାରୁ ୧୨ ପର୍ଯ୍ୟନ୍ତ ଦର୍ଶନ ପରେ ପହୁଡ଼ ହେବ। ଅପରାହ୍ନ ୪ଟା ୧୫ରୁ ରାତି ୯ଟା ପର୍ଯ୍ୟନ୍ତ ପୁଣିଥରେ ଦର୍ଶନ ସହ ଦିନ ସାରା ଭଜନ କୀର୍ତ୍ତନ ଚାଲୁରହିବ। ସଂଧ୍ୟାରେ ଆଳତି ଓ ଭଜନ କୀର୍ତ୍ତନ ପରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପ୍ରସ୍ତୁତି ଆରମ୍ଭ ହେବ। ୧୬ ତାରିଖ ସକାଳୁ ଦର୍ଶନ ଆଳତି, ଗୁରୁପୂଜା, ଭଜନ କୀର୍ତ୍ତନ ଆଦି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତି ପରେ ପ୍ରବଚନ ଅନୁଷ୍ଠିତ ହେବ। ରାତ୍ରିରେ ଅର୍ଥାତ ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହେବ।
ବିଦ୍ୟାଳୟରେ ଶିଶୁ ସାଜିବେ ରାଧା କୃଷ୍ଣ
ଜନ୍ମାଷ୍ଟମୀ ଓ ସ୍ୱାଧୀନତା ଦିବସ ଗୋଟିଏ ଦିନରେ ପାଳିତ ହେଉଥିବାରୁ ଏଥର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଛି। ବିଭିନ୍ନ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us