ପଞ୍ଚଦଶ ଚଉଷଠୀ ଯୋଗିନୀ ମହୋତ୍ସବ: ନୃତ୍ୟରେ ସୀତା ସ୍ବୟଂମ୍ବର

Advertisment

କଣ୍ଠଶିଳ୍ପୀ ଅନୁପ ଜଲୋଟାଙ୍କୁ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନ

କଣ୍ଠଶିଳ୍ପୀ ଅନୁପ ଜଲୋଟାଙ୍କୁ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନ

ପଞ୍ଚଦଶ ଚଉଷଠୀ ଯୋଗିନୀ ମହୋତ୍ସବ: ନୃତ୍ୟରେ ସୀତା ସ୍ବୟଂମ୍ବର

ବାଲିଅନ୍ତା: ମଞ୍ଚରେ ପ୍ରଦର୍ଶିତ ହେଉଥିଲା ସୀତା ସ୍ବୟଂମ୍ବର। ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ବାରା ଶିବଧନୁ ଭଗ୍ନ ଓ ସୀତା ବିବାହକୁ ଓଡ଼ିଶୀ ନୃତ୍ୟ‌ରେ ପରିବେଷଣ କରି ଦର୍ଶକଙ୍କୁ ତଲ୍ଲୀନ କରିଥିଲେ ନୃତ୍ୟଶିଳ୍ପୀ। ଅବସର ଥିଲା, ରବୀନ୍ଦ୍ର ମଣ୍ଡପରେ ‘ନୃତ୍ୟ ପ୍ରତିଭା’ ଆୟୋଜିତ ପଞ୍ଚଦଶତମ ଚଉଷଠୀ ଯୋଗିନୀ ମହୋତ୍ସବର। ସାଂସ୍କୃତିକ ସଂଧ୍ୟା ପ୍ରାରମ୍ଭରେ ନୃତ୍ୟାନୁଷ୍ଠାନ ‘ନୃତ୍ୟାୟନ’ ପକ୍ଷରୁ ଗୁରୁ ସ୍ବୟଂପ୍ରଜ୍ଞା ସାହୁ ଏବଂ ସାଥୀ ଶିଳ୍ପୀମାନଙ୍କ ଦ୍ବାରା ରାମାୟଣର କଥାବସ୍ତୁ ‘ସୀତା ବିବାହ’ ପରିବେଷିତ ହୋଇଥିଲା। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାଶ ଏବଂ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର।

ଦ୍ବିତୀୟ ସୋପାନରେ ଆୟୋଜକ ‘ନୃତ୍ୟ ପ୍ରତିଭା’ର ଗୁରୁ ପ୍ରତିଭା ପଣ୍ଡା ଏକକ ଓଡ଼ିଶୀ ନୃତ୍ୟ କ୍ରମରେ ନବରସରେ ଦର୍ଶକମାନଙ୍କୁ ଭେଟି ଦେଇଥିଲେ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟ ଏବଂ ଶାନ୍ତ ଆଦି କଳାର ନଅଟି ଭାବଭଙ୍ଗୀର ଅନୁଭବ। ପରେ ଆରାଧନା ଗୋଟିପୁଅ ନୃତ୍ୟାନୁଷ୍ଠାନର ଗୁରୁ ଚିତ୍ରସେନ୍‌ ସ୍ବାଇଁ ଏବଂ ସାଥୀ ଶିଳ୍ପୀମାନଙ୍କ ଦ୍ବାରା ଗୋଟିପୁଅ ନୃତ୍ୟରେ ପରିବେଷିତ ମଙ୍ଗଳାଚରଣ ଏବଂ ‘ବନ୍ଧ’ ଆଦି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ‘ମାନ ଉଦ୍ଧାରଣ’ରେ ଗଜ ନିସ୍ତାରଣ, ମୃଗୁଣୀ ଉଦ୍ଧାର, କୁରୁସଭାରେ ଦ୍ରୌପଦୀଙ୍କୁ ବସ୍ତ୍ରଦାନ ଆଦି ପୌରାଣିକ ପ୍ରସଙ୍ଗ ଦର୍ଶକଙ୍କୁ ମଞ୍ଚ ନିକଟରେ ଶେ‌ଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା।

publive-image

କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପଦ୍ମବିଭୂଷଣ ସ୍ଥପତି ସୁଦର୍ଶନ ସାହୁ, ପିପିଏଲ୍‌ର ନିର୍ଦ୍ଦେଶକ ସୁଧିରଂଜନ ମିଶ୍ର, ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଓ ନିଶିକାନ୍ତ ମିଶ୍ର ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ସମ୍ମାନିତ ଅତଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁପ ଜଲୋଟାଙ୍କୁ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କୁ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ, ନାଟ୍ୟ ଚେତନାର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ଚଉଷଠୀ ଯୋଗିନୀ ନାଟ୍ୟ ସମ୍ମାନ, ବି.କେ. ଆର୍ଟ କଲେଜର ଚିତ୍ରକଳା ବିଭାଗର ମୁଖ୍ୟ ସୁବ୍ରତ ମଲ୍ଲିକଙ୍କୁ ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ ଏବଂ ଡ. ପଦ୍ମଜ ପାଳଙ୍କୁ ଚଉଷଠୀ ଯୋଗିନୀ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଲେଖିକା ଆଦ୍ୟାଶା ମିଶ୍ରଙ୍କ ହୀରାପୁର ‌ଚଉଷଠୀ ଯୋଗିନୀ ପୀଠ ଏବଂ ରାଣିପୁର ଝରିଆଲ ଯୋଗିନୀ ପୀଠ ଉପରେ ଲିଖିତ ଦୁଇଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟାକୁ ଇଂଜିନିୟର୍‌ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଭାର ସଂପାଦିକା ପ୍ରତିଭା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭାପତି ଡ. ରଜନୀ ରଞ୍ଜନ ଦାଶ ସଭାପତିତ୍ବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe