ଫେସବୁକ୍ ଆକାଉଣ୍ଟ କ୍ଲୋନିଂ କରି ଠକେଇ, ଲୁଟିନେଲେ ୧୫ ହଜାର ଟଙ୍କା

ସାଇବର୍‌ ଠକଙ୍କ ନୂଆ ତରିକା: ବିଦେଶୀ ମୁଦ୍ରା ଦେଖାଇ ଠକିନେଲେ ୪.୮୨ଲକ୍ଷ

Complete Controller

ଭୁବନେଶ୍ବର : ‘ସମ୍ବାଦ’ ବିଜ୍ଞାପନ ବିଭାଗ କର୍ମଚାରୀ ନିରଂଜନ ପ୍ରଧାନଙ୍କ ଫେସବୁକ୍ ଆକାଉଣ୍ଟ୍ କ୍ଲୋନ୍‌ କରି ତାଙ୍କର ଜଣେ ବନ୍ଧୁଙ୍କଠାରୁ ୧୫ହଜାର ଟଙ୍କା ଲୁଟି ନେଇଛି ସାଇବର ଠକ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଲେ, ଅନୀଲ ଦାସ। ନିରଂଜନଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ଠକ ଅନୀଲଙ୍କୁ ମେସେଜ୍‌ କରିଥିଲା। ବିପଦରେ ପଡ଼ିଛି, ଶୀଘ୍ର ୧୫ ହଜାର ଟଙ୍କା ଦରକାର ବୋଲି କହିଥିଲା। ଏହାସହ ଟଙ୍କା ପଠାଇବା ପାଇଁ ଏକ ଫୋନ୍‌-ପେ’ ନମ୍ବର ମଧ୍ୟ ଦେଇଥିଲା।

ଆଗପଛ ବିଚାର ନ କରି ଅନୀଲ ଅ‌ାଗ ଟଙ୍କା ପଠାଇ ଦେଇଥିଲେ। କିନ୍ତୁ ପରେ ନିରଂଜନଙ୍କୁ ଫୋନ୍‌ କରିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ପ୍ରଥମେ କେନ୍ଦ୍ରୀୟ ସାଇବର୍‌ ହେଲ୍ପ-ଡେସ୍କ୍ ଓ ପରେ ଭୁବନେଶ୍ବର ସାଇବର ହେଲ୍ପ-ଡେସ୍କ୍‌ରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ଶ୍ରୀ ପ୍ରଧାନ ଅବଗତ ହେବା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରି ସଂପର୍କୀୟଙ୍କୁ ଟଙ୍କା ନ ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe