ପ୍ରେମରେ ଫସାଇ ନାବାଳିକାକୁ ଧୋକା; ପ୍ରେମିକ ଗିରଫ

ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ, ୫ ବର୍ଷ ଭିତରେ ଠୁଳ କରିଛନ୍ତି ୫୫ ଲକ୍ଷ ଟଙ୍କା

The Indian Express

ବାଲିପାଟଣା: ପ୍ରଥମେ ଜଣେ ନାବାଳିକାକୁ ପ୍ରେମରେ ଫସାଇଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲା। ମାତ୍ର ନାବାଳିକା ଜଣକ ଗର୍ଭବତୀ ହେବା ପରେ ହାତ ଛାଡ଼ିଦେଲା। ଏଭଳି ସଂଗିନ୍‌ ଅଭିଯୋଗ ଆସିବା ପରେ ଆଜି ବାଲିପାଟଣା ଥାନା ପୁଲିସ ଏହି ଧୋକାବାଜ୍‌ ପ୍ରେମିକକୁ କୋର୍ଟ ଚାଲା‌ଣ କରିଛି। ଅଭିଯୁକ୍ତ ହେଲା ସାଜନ୍‌ ଖାଁ। ଜାମିନ୍‌ ନାମଞ୍ଜୁର ହେବାରୁ ସାଜନ୍‌କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଅଭିଯୋଗ ଅନୁସାରେ ଅଭିଯୁକ୍ତ ସାଜନ୍‌ ଓ ନାବାଳିକା‌ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମାତ୍ର ଏବେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଅଭିଯୁକ୍ତ ସାଜନ୍‌ ନାବାଳିକାକୁ ଗ୍ରହଣ କରିବାକୁ ରୋକ୍‌ଠୋକ୍‌ ମନା କରିଛି। ଏମିତିକି ସେମାନଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଅସ୍ବୀକାର କରିଛି। ତେଣୁ ନାବାଳିକା ଜଣକ ବାଧ୍ୟ ହୋଇ ପୁଲିସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସାଜନ୍‌କୁ ଗିରଫ କରିଥିଲା ଓ ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ପରେ କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe