ଜାମୁଝରୀ ଛକରୁ ଛତାବର ଗ୍ରାମ ୪୮ଘଣ୍ଟିଆ ସଟ୍‌ଡାଉନ

Advertisment
ନୂଆପଲ୍ଲୀ, ଆଇଆର୍‌ସି ଭିଲେଜ ହଟସ୍ପଟ୍‌ : ୱାର୍ଡ-୨୭ରୁ ୫୬୫ ଆକ୍ରାନ୍ତ ବାହାରିଲେଣି, ୬ ୱାର୍ଡରେ ଅ‌ଢ଼େଇ ଶହରୁ ଅଧିକ

Childrens Choice Therapy

ମେଣ୍ଢାଶାଳ : ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ଗ୍ରାମରେ ଗତକାଲି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଛତାବର ଟାଙ୍ଗି ସାହିକୁ ୫ ଦିନ ପାଇଁ ସଂକ୍ରମଣ ଅବରୋଧ ଅଞ୍ଚଳ (କଣ୍ଟେନମେଣ୍ଟ) ଜୋନ୍‌ ଘୋଷଣା କରାଯାଇଛି। ଏହାପରେ ଛତାବର ସରପଞ୍ଚ ମନସ୍ୱିନୀ ମିଶ୍ର ଡେଙ୍ଗ ଆଜି ଜାମୁଝରୀ ଛକରୁ ଛତାବର ଗ୍ରାମ ପର୍ଯ୍ୟନ୍ତ ଅଞ୍ଚଳକୁ ୪୮ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୬ରୁ ଏହା ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଯଦି ଆଉ କୌଣସି ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତେବେ ଏହି ସଟ୍‌ଡାଉନ ଅବଧି ବୃଦ୍ଧି ହେବ ବୋଲି ସରପଞ୍ଚ କହିଛନ୍ତି। ଏହି ଅଞ୍ଚଳରୁ କରୋନା ଚିହ୍ନଟ ମହିଳା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାମୀ ଓ ଝିଅ ମଧ୍ୟ ହସ୍‌ପିଟାଲରେ ଅଛନ୍ତି। ଗତକାଲି ତାଙ୍କର ସ୍ୱାବ୍‌ ପରୀକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe