AmarUjala
ଭୁବନେଶ୍ବର : ଇଲେକ୍ଟ୍ରି ପ୍ୟାନେଲ୍ ଦେବା ନାଁରେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଏକ କମ୍ପାନିକୁ ୫ଲକ୍ଷ ଚୂନ ଲଗାଇବା ଘଟଣାରେ ଛତିଶଗଡ଼ ପୁଲିସ ମଞ୍ଚେଶ୍ବରରୁ ଜଣେ ଧୂର୍ତ୍ତକୁ ଗିରଫ କରିଛି। ସେ ହେଉଛି ଅସୀମ ମୁଖାର୍ଜୀ। ଖବର ଅନୁଯାୟୀ, ୨୦୧୯ରେ ଅସୀମ ଛତିଶଗଡ଼ର ଏକ ଇଲେକ୍ଟ୍ରି କମ୍ପାନିରେ କାମ କରୁଥିଲେ। ସେ ଇଲେକ୍ଟ୍ରି ଯନ୍ତ୍ରାଂଶ ଯୋଗାଣ ବିଭାଗର ମୁଖ୍ୟ ଥିବାରୁ ବିଭିନ୍ନ ଲୋକଙ୍କ ଠାରୁ ଅର୍ଡର ଆଣୁଥିଲେ। ସେ କାମ କରୁଥିବା ସମୟରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଇଲେକ୍ଟ୍ରି ଯନ୍ତ୍ରାଂଶ କିଣିବା ପାଇଁ ୫ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ମାତ୍ର ଅସୀମ କମ୍ପାନିକୁ ଟଙ୍କା ଦେବା ପରିବର୍ତ୍ତେ ଚାକିରି ଛାଡ଼ି ଭୁବନେଶ୍ବର ଚାଲିଆସିଥିଲା।
ଏନେଇ ସଂପୃକ୍ତ କମ୍ପାନି ଅସୀମ ବିରୋଧରେ ରାୟଗଡ଼ ଥାନାରେ ଅଭିଯୋଗ କରିଥିଲା। ରାୟଗଡ଼ ପୁଲିସ ଅସୀମକୁ ହାଜର ହେବା ପାଇଁ ୨ ଥର ନୋଟିସ୍ ଦେଇଥିଲେ ହେଁ ସେ ଶୁଣିନଥିଲା। ପରେ ରାୟଗଡ଼ ପୁଲିସ ଫାଷ୍ଟ୍ ଟ୍ରାକ୍ କୋର୍ଟରୁ ଅସୀମ ନାଁରେ ଵାରେଣ୍ଟ ଜାରି କରିଥିଲା। ଗତକାଲି ମଞ୍ଚେଶ୍ବର ଥାନା ପୁଲିସ ସହଯୋଗରେ ଛତିଶଗଡ଼ ପୁଲିସ ଅସୀମକୁ ଗିରଫ କରିଥିଲା। ତେବେ ସର୍ତ୍ତମୂଳକ ନୋଟିସ୍ ଦେଇ ଛତିଶଗଡ଼ ପୁଲିସ ଦେଇ ଅସୀମକୁ ଛାଡ଼ିଦେଇଥିବା ଜଣାପଡ଼ିଛି।
Follow Us