୧୨୦ ପ୍ରାଦେଶିକ ସେନା ପକ୍ଷରୁ ପୂର୍ବତନ ସୈନିକ ଦିବସ ପାଳିତ: ପୂର୍ବତନ ସୈନିକମାନଙ୍କର ଦେଶସେବା ଓ ବଳିଦାନକୁ ମନେ ପକାଇଲେ

Advertisment
୧୨୦ ପ୍ରାଦେଶିକ ସେନା ପକ୍ଷରୁ ପୂର୍ବତନ ସୈନିକ ଦିବସ ପାଳିତ: ପୂର୍ବତନ ସୈନିକମାନଙ୍କର ଦେଶସେବା ଓ ବଳିଦାନକୁ ମନେ ପକାଇଲେ

ଭୁବନେଶ୍ବର: ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ପକ୍ଷରୁ ଚତୁର୍ଥ ପୂର୍ବତନ ସୈନିକ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ, ୧୦୦୦ ଭୂତପୂର୍ବ ସୈନିକ ଉପସ୍ଥିତ ଥିଲେ।

ଦ୍ବିତୀୟ ବିଶ୍ବଯୁଦ୍ଧ ଏବଂ ୧୯୭୧ ମସିହା ଯୁଦ୍ଧରେ ଯୋଗଦେଇଥିବା ୯୮ ବର୍ଷ ବୟସ୍କ ଭାଇସ ଆଡମିରାଲ ଏସ ଏଚ ଶର୍ମା, ପିଭିଏସଏମ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅବସରପ୍ରାପ୍ତ ବ୍ରିଗେଡିୟର ବିପି ପଟ୍ଟନାୟକ ତାଙ୍କ ସ୍ବାଗତ ଭାଷଣରେ ଓଡ଼ିଶାର ଉନ୍ନତି ପାଇଁ ଅବସରପ୍ରାପ୍ତ ସୈନିକମାନଙ୍କର ଯୋଗଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ବିଶ୍ବଯୁଦ୍ଧରେ ସହିଦ ହୋଇଥିବା ପରିବାରର ୫ ଜଣ ବୀର ନାରୀଙ୍କୁ ସମ୍ମାନିତ କରିଥିଲେ। ଛତିଶଗଡ଼ ଓଡ଼ିଶା ସେନାଧ୍ୟକ୍ଷ ବ୍ରିଗେଡିୟର ଏସଏସ ଧଡ଼ୱାଲ, ଲେଫ୍ଟନାଣ୍ଟ ଜେନେରାଲ ଏନପି ପାଢ଼ୀ, ଏଭିଏସଏମ, ଭିଏସଏମ, ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ପିଭିଏସଏମ, ଏଭିଏସଏମ, ଭିଏସଏମ, ଏୟାର ମାର୍ଶାଲ ଜେଏନ ବର୍ମା ଭିଏସଏମ ଏବଂ କଣ୍ଣେର୍ଲ ଏଚଏସ ମହାପାତ୍ର ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ। ୧୨୦ ପ୍ରାଦେଶିକ ସେନାର କମାଣ ଅଧିକାରୀ କର୍ଣ୍ଣେଲ ଦେବଦତ୍ତ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe