Chief Minister's Road Scheme: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମ ବିଳମ୍ବିତ: ଲୋକେ ତାତିଲେ, ଟାୟାର୍‌ ଜାଳି ରାସ୍ତା ଅବରୋଧ

Advertisment

ଚଳିତ ବର୍ଷ ଜୁନ୍‌ ମାସରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମର ଶିଳାନ୍ୟାସ କରାଗଲା। ଠିକାସଂସ୍ଥା ରାସ୍ତାର କିଛି ଦୂର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରୁ ଖୋଳି ପକାଇ କାମ ବନ୍ଦ କରିଦେଲେ। ଏହା ଭିତରେ ୭ମାସ ବିତିବାକୁ ବସିଲାଣି।

ଚଳିତ ବର୍ଷ ଜୁନ୍‌ ମାସରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମର ଶିଳାନ୍ୟାସ କରାଗଲା। ଠିକାସଂସ୍ଥା ରାସ୍ତାର କିଛି ଦୂର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରୁ ଖୋଳି ପକାଇ କାମ ବନ୍ଦ କରିଦେଲେ। ଏହା ଭିତରେ ୭ମାସ ବିତିବାକୁ ବସିଲାଣି।

shfhhffsh

ବାଲିଅନ୍ତା ବଜାର: ଚଳିତ ବର୍ଷ ଜୁନ୍‌ ମାସରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କାମର ଶିଳାନ୍ୟାସ କରାଗଲା। ଠିକାସଂସ୍ଥା ରାସ୍ତାର କିଛି ଦୂର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରୁ ଖୋଳି ପକାଇ କାମ ବନ୍ଦ କରିଦେଲେ। ଏହା ଭିତରେ ୭ମାସ ବିତିବାକୁ ବସିଲାଣି। ଅଥଚ କାମ ଆଉ ଗୋଟିଏ ପାଦ ଆଗେଇପାରିନାହିଁ। ଠିକାସଂସ୍ଥା ଯାଇଛି ଯେ ଯାଇଛି। ଏଣେ ରାସ୍ତା ଅବସ୍ଥା ଆହୁରି କଦର୍ଯ୍ୟ ହୋଇପଡ଼ିଲାଣି। ପୂର୍ବରୁ ଥିବା ଖାଲଖମା ଯେତିକି ସମସ୍ୟା ସୃଷ୍ଟି କରିଥିଲା, ଦୁଇ ପାର୍ଶ୍ବ ତାଡ଼ି ଦେବାରୁ ରାସ୍ତା ସଂକୁଚିତ ହୋଇ ଆହୁରି ଖରାପ ଅବସ୍ଥା କରିଛି। ଏଣୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଉତ୍ତ୍ୟକ୍ତ ଲୋକେ ଆଜି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ଠିକାସଂସ୍ଥା ଖୁବ୍‌ ଶୀଘ୍ର କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ହଟିଥିଲେ। ଏହା ହେଉଛି ବାଲିଅନ୍ତା ବ୍ଲକ୍‌ ଭିଙ୍ଗାରପୁର-କୁରାଙ୍ଗପ୍ରଧାନ ରାସ୍ତା ନବୀକରଣ କାମର ବିଳମ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା। 

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜୁନ୍‌ ମାସରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ରାସ୍ତା ନବୀକରଣ ପାଇଁ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ପାଇଁ ୨କୋଟି ୬୦ ଲକ୍ଷ ୨୫ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଛି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ। ଭିଙ୍ଗାରପୁରଠାରୁ କୁରାଙ୍ଗାପ୍ରଧାନ ପର୍ଯ୍ୟନ୍ତ ଏହି ରାସ୍ତାର ନବୀକରଣ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଠିକାସଂସ୍ଥାକୁ ଦିଆଯାଇଥଇଲା। କାର୍ଯ୍ୟାଦେଶ ପାଇଥିବା ଠିକାସଂସ୍ଥା ରାସ୍ତାର ଦୁଇ ପାର୍ଶ୍ବକୁ ୨ଫୁଟ୍‌ ଖୋଳିଦେଇ କାମ ବନ୍ଦ କରିଦେଲେ। ୬ମାସ ହେବ ସେତିକିରେ କାମ ବନ୍ଦ ହୋଇଯାଇଛି। ଯାହା ଫଳରେ ଯାତାୟାତ କରିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଟି ସ୍ଥାନୀୟ ଲୋକଙ୍କ ପାଇଁ ଲାଇଫ୍‌ଲାଇନ୍‌ ସଦୃଶ। ଏକାଧିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହି ବାଟରେ ଯତାୟାତ କରୁଛନ୍ତି। ରାସ୍ତା ସଂକୁଚିତ ହୋଇଯାଇଥିବାରୁ ଭାରୀଯାନ ଅତିକ୍ରମ କରିବା ସମୟରେ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଉଛି।

ଖାଲଖମା ପାଇଁ ପ୍ରତିଦିନି ଛୋଟମୋଟ ଦୁର୍ଘଟଣା ଘଟୁଛି। ସରକାର ଅର୍ଥ ମଞ୍ଜୁର କଲେ, ଅଥଚ ଠିକାସଂସ୍ଥାର ମନମାନିରେ କାମ ହେଉଥିବାରୁ ଲୋକେ ବେଶି ସମସ୍ୟାରେ ପଡ଼ୁଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ କିଛି ସୁଫଳ ନ ମିଳିବାରୁ ଆଜି ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ପୂର୍ବାହ୍ନ ୧୧ଟା ବେଳେ ଲୋକେ ଟାୟାର୍‌ ଜାଳି ରାସ୍ତା ଅବରୋଧ କଲେ। ବାଲିଅନ୍ତା ଥାନା ଅଧିକାରୀ ଅନୀଲ କୁମାର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଠିକାସଂସ୍ଥା ସହ ଯୋଗାଯୋଗ କରିଥିଲେ। ସୋମବାରଠାରୁ କାମ ଆରମ୍ଭ କରିବ ବୋଲି ଠିକାସଂସ୍ଥା ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe