ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଅ: ମୁଖ୍ୟମନ୍ତ୍ରୀ

Advertisment

କମିସନରେଟ୍‌ ପୁଲିସ ପ୍ରତିଷ୍ଠା ଦିବସ ସମାରୋହ

କମିସନରେଟ୍‌ ପୁଲିସ ପ୍ରତିଷ୍ଠା ଦିବସ ସମାରୋହ

ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନିଅ। ସେମାନଙ୍କ ସମସ୍ୟାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଅ। ଆଜି ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ କମିସନରେଟ୍‌ ପୁଲିସର ୧୦ମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିସନରେଟ୍‌ ପୁଲିସକୁ ଏଭଳି ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ବିଗତ ୧୦ ବର୍ଷ ହେବ କମିସନରେଟ୍‌ ପୁଲିସ ବିଭିନ୍ନ ଆହ୍ଵାନର ସମ୍ମୁଖୀନ ହୋଇ ଲୋକମାନଙ୍କ ବିଶ୍ୱାସ ବଜାୟ ରଖି କାମ କରିଆସୁଛି। ଆଗାମୀ ଦିନରେ କମିସନରେଟ୍‌ ପୁଲିସ ଅଧିକ ଯତ୍ନବାନ ହୋଇ ଲୋକମାନଙ୍କୁ ସେବା ଯୋଗାଇବ ବୋଲି ଆଶା। ଏହି ଅବସରରେ ବରିଷ୍ଠ ନାଗରିକଙ୍କ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଅନ୍‌ଲାଇନ୍‌ ପଞ୍ଜୀକରଣ ଓ ଅଭିଯୋଗ େଓ୍ଵବ୍‌ ଆପ୍‌କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ବରିଷ୍ଠ ନାଗରିକମାନେ କ’ଣ କରିବା ଓ କ’ଣ ନ କରିବା ଦରକାର ଏକ ଲିପ୍‌ଲେଟ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ସେହିପରି ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ରାଜଧାନୀର ବିଭିନ୍ନ ସ୍ଥାନରୁ ଆସିଥିବା ହଜାରେରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଔଷଧ ନେଇଥିଲେ।

ଉନ୍ମୋଚିତ ହେଲା ବରିଷ୍ଠ ନାଗରିକ ପଞ୍ଜୀକରଣ ଓ ଅଭିଯୋଗ ଆପ୍‌

publive-image

ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଯୋଗଦେଇ କମିସନରେଟ୍‌ ପୁଲିସର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ। ୨୦୦୫ ମସିହାରୁ କମିସନରେଟ୍‌ ପୁଲିସ ବରିଷ୍ଠନାଗରିକଙ୍କ ସୁରକ୍ଷା ଓ ସଚେତନତା ପାଇଁ ବିଭିନ୍ନ ପନ୍ଥା ଗ୍ରହଣ କରିଆସୁଥିବା ପୁଲିସ କମିସନର ଶ୍ରୀ ଖୁରାନିଆ କହିଥିଲେ। ୨୦୦୫ ମସିହାରେ ମାତ୍ର ୨୪୦ ଜଣ ବରିଷ୍ଠ ନାଗରିକ ନିଜର ନାମ ପଞ୍ଜୀକରଣ କରିଥିବା ବେଳେ ଆଜି ତାହା ପାଖାପାଖି ୧୨ ହଜାରରେ ପହଞ୍ଚିଛି। ଆଜି ଏହି େଓ୍ଵବ୍‌ ଆପ୍‌ ଉନ୍ମୋଚନ ବରିଷ୍ଠ ନାଗରିକଙ୍କ ପାଇଁ ସହାୟ ହେବ। ବରିଷ୍ଠ ନାଗରିକମାନେ ଘରେ ଥାଇ ମଧ୍ୟ ନିଜର ନାମ ପଞ୍ଜୀକରଣ କରିବା ସହ ଅଭିଯୋଗ କରିପାରିବେ ବୋଲି ଶ୍ରୀ ଖୁରାନିଆ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ପୁଲିସ କମିସନର ପିଏସ୍‌ ରଣପିସେ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଡିସିପି ସତ୍ୟବ୍ରତ ଭୋଇ, କଟକ ଡିସିପି ଅଖିଳେଶ୍ୱର ସିଂହ ଓ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe