ଭିଡ଼ରେ ଆମ୍ବୁଲାନ୍‌ସରେ ଫସି ଶିଶୁର ମୃତ୍ୟୁ ଘଟଣା : ଅଧାରେ ଅଟକିଛି ସ୍ବାସ୍ଥ୍ୟ ବିଭାଗର ତଦନ୍ତ

ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥରେ ପୁଣି ଟ୍ରାଫିକ୍‌ରେ ଫସିଲା ଆମ୍ବୁଲାନ୍ସ, ବାଟ କଢ଼ାଇଲା ପିସିଆର୍‌

ଭୁବନେଶ୍ବର : ୩ ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୫ ବର୍ଷର ଜଣେ ଶିଶୁ ଆମ୍ବୁଲାନ୍‌ସରେ ଯାଉଥିବା ବେଳେ ଭିଡ଼ ‌ଯୋଗୁଁ ପ୍ରାଣ ହରାଇବା ଘଟଣାରେ ସ୍ବାସ୍ଥ୍ୟ ବିଭାଗର ତଦନ୍ତ ସଂପୂର୍ଣ୍ଣ ହୋଇପାରିନାହିଁ। କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ନିଜ କର୍ମଚାରୀଙ୍କ ବୟାନ ରେକର୍ଡ କରିସାରିଥିଲେ ‌ହେଁ ମୃତ ଶିଶୁର ପିତାଙ୍କ ବୟାନ ଏ ପର୍ଯ୍ୟନ୍ତ ରେକର୍ଡ ହୋଇପାରି ନାହିଁ। ମାନସିକ ସ୍ଥିତି ଠିକ୍ ନ ଥିବା ଦର୍ଶାଇ ସେ ତଦନ୍ତରେ ସାମିଲ ହୋଇପାରିନାହାନ୍ତି। ଅପରପକ୍ଷରେ ପିଜି ଛାତ୍ର ସଂପୃକ୍ତ ଶିଶୁର ଚିକିତ୍ସା କରିଥିବା ଦର୍ଶାଇ ହସ୍ପିଟାଲ କର୍ତୃପକ୍ଷ ଏଥିରୁ ଖସିଯିବା ପାଇଁ ଏକପ୍ରକାର ଉଦ୍ୟମ କରୁଥିବା ଚର୍ଚା ହେଉଛି। ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଭାବେ ‘ପିକୁ’ ରହିଥିବା ବେଳେ ସେଠାରେ କାହିଁକି ଶିଶୁକୁ ଚିକିତ୍ସା କରାଗଲା ନାହିଁ ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ କେବେ ସୁଦ୍ଧା ହସ୍ପିଟାଲ କର୍ତୃପକ୍ଷଙ୍କ ତଦନ୍ତ ଶେଷ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe