ଭୁବନେଶ୍ୱର : ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ, ଓଡ଼ିଶା ପକ୍ଷରୁ ଏକ ବିଶାଳ ‘ଶିଶୁ ମହୋତ୍ସବ’ ଆସନ୍ତା ୧୪ ତାରିଖଠାରୁ ଆରମ୍ଭ ହେବ। ଏହି ଅବସରରେ ବରମୁଣ୍ଡାସ୍ଥିିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ଠାରେ ୫୦ ହଜାର ଛାତ୍ରଛାତ୍ରୀ ସାମୂହିକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ। କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ସଙ୍ଗୀତ ପରିଚାଳନା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ବିଜୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶାର ୧୦୩୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏଥିରେ ଯୋଗ ଦେବେ ବୋଲି ସଂସ୍ଥାନର ପ୍ରତିଷ୍ଠାତା କରୁଣାକର ପ୍ରଧାନ ସୂଚନା ଦେଇଛନ୍ତି।
ବନ୍ଦେ ଉତ୍କଳ ଜନନୀ ଗାଇବେ ୫୦ ହଜାର ଛାତ୍ରଛାତ୍ରୀ
Advertisment
Follow Us