ଅଭୁଲା ଚଗଲା ଦିନ : ଆମେରିକା ଯିବା ସ୍ୱପ୍ନ ସାକାର ହେଲା

Advertisment

ଅକ୍ଷୟ ପରିଜା, ବିଶିଷ୍ଟ ସିନେ ନିର୍ମାତା

ଅକ୍ଷୟ ପରିଜା, ବିଶିଷ୍ଟ ସିନେ ନିର୍ମାତା

ଅଭୁଲା ଚଗଲା ଦିନ : ଆମେରିକା ଯିବା ସ୍ୱପ୍ନ ସାକାର ହେଲା

ଆମ ଅଞ୍ଚଳ ଏତେ ଉନ୍ନତ ନଥିଲା। ନା ବିଦ୍ୟୁତ୍‌ ବ୍ୟବସ୍ଥା ନା ଯିବା ଆସବା ପାଇଁ ଗାଡ଼ିମଟର କିଛି ବି ନଥିଲା। ପିଲା ବେଳେ କେହି କଟକ ଯିବା କିଥା ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯାଉଥିଲୁ। ଆମ ଘର ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳରେ। ସେତେବେଳେ ମୁଁ ଜଗନ୍ନାଥପୁର ହାଇସ୍କୁଲରେ ପଢୁଥିଲି। ଦିନେ ଶୁଣିଲି ଆମ ପଡ଼ୋଶୀ କନକପୁର ଗ୍ରାମର ଜଣେ ବ୍ୟକ୍ତି ଆମେରିକା ଯାଉଛନ୍ତିି। ପୂର୍ବରୁ ତ କହିଛି କଟକ ଯିବା କଥା ଶୁଣିଲେ ସେତେବେଳେ ଆମେ ଆଶ୍ଚର୍ଯ୍ୟ ହେଉଯାଉଥିଲୁ। କାରଣ କାଁ ଭାଁ ବସ୍‌ କଟକ ଯାଉଥିଲା। ଏପରି ସମୟରେ ଗାଁ ପାଖର ଜଣେ ବ୍ୟକ୍ତି ଆମେରିକା ଯାଉଛି ଶୁଣି ମତେ କେମିତି କେମିତି ଲାଗିଲା। ସ୍ୱାଭାବିକ ଭାବେ ମୋ ମନରେ ପ୍ରଶ୍ନ ଆସିଲା ଆମେରିକା ଯେଉଁ ଲୋକଟି ଯାଉଛି ସେ ନିଶ୍ଚିତ ଆମ ଭଳି ସାଧାରଣ ପିଲା ହେଇ ନଥିବ। ଜଣେ ବଡ଼ ଲୋକ ହୋଇଥିବ । ଘରେ ଯାଇ ପଚାରିଲି ସେ ଲୋକ ଆମେରିକା କେମିତି ଯାଉଛି, ମୁଁ କାଇଁ ଯାଇପାରିବନି ? ଘରେ ମତେ କହିଲେ ଭଲ ପାଠ ପଢ଼ି ବୃତ୍ତି ପାଇଲେ ଆମେରିକା ଯାଇହେବ। ଏହି କଥା ମୋ ମନକୁ ବେଶ୍‌ ଛୁଇଁଗଲା। କଅଁଳ ବୟସରେ ଭଲ ପାଠ ପଢ଼ିବା ପାଇଁ ପ୍ରେରଣା ସଦୃଶ ଏହା କାମ କଲା। ସମୟକ୍ରମେ ମୋ ଜୀବନରେ ଏସବୁ ସତ ଘଟିଲା। ଭଲ ପାଠ ପଢ଼ି ସ୍କୁଲଠାରୁ ଆରମ୍ଭ କରି କଲେଜ, ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ଶ୍ରେଣୀରେ ମୁଁ ଉଚ୍ଚ ମାର୍କ ରଖି ପାସ୍‌ କଲି। ଆମେରିକାରେ ପାଠ ପଢ଼ିବା ସହ ବିଦେଶୀ ବ୍ୟାଙ୍କ୍‌ରେ ଚାକିରି କଲି। ଗାଁ ପାଖ ଲୋକର ସେଇ ବିଦେଶ ଯିବା କଥା ମୋ ଜୀବନରେ ଗଭୀର ପ୍ରଭାବ ପକାଇଥିଲା। ଆଉ ଶେଷରେ ମଧ୍ୟ ମୋ’ର ସ୍ୱପ୍ନ ସାକାର ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe