ପିଲା ପଢ଼ିବେ ସାଇବର ପାଠ, ପଦକ୍ଷେପ ନେବାକୁ କୁଳପତିମାନଙ୍କୁ ୟୁଜିସିର ଚିଠି

Advertisment

ପ୍ରସ୍ତୁତ ହେଉଛି ନ୍ୟାସ୍‌ନାଲ୍‌ ସାଇବର୍‌ ସିକ୍ୟୁରିଟି ଷ୍ଟ୍ରାଟେର୍ଜି

ପ୍ରସ୍ତୁତ ହେଉଛି ନ୍ୟାସ୍‌ନାଲ୍‌ ସାଇବର୍‌ ସିକ୍ୟୁରିଟି ଷ୍ଟ୍ରାଟେର୍ଜି

ପିଲା ପଢ଼ିବେ ସାଇବର ପାଠ, ପଦକ୍ଷେପ ନେବାକୁ କୁଳପତିମାନଙ୍କୁ ୟୁଜିସିର ଚିଠି

Zee News India

ଭୁବନେଶ୍ବର: ବିଶ୍ୱବିଦ୍ୟାଳୟ ସ୍ତରରେ ସାଇବର ସୁରକ୍ଷା ସଚେତନତା ପାଠ ପଢ଼ାଯିବ। ସ୍କୁଲରୁ ଛାତ୍ରଛାତ୍ରୀ କିଭଳି ସାଇବର ସୁରକ୍ଷା ସଚେତନତା ପାଠ ପଢ଼ିପାରିବେ, ସେନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ଏହା ରହିବ। ଏହାର ବିସ୍ତୃତ ପାଠ୍ୟକ୍ରମ ଉଚ୍ଚଶିକ୍ଷା ଓ ଆଇଆଇଟିରେ ପଢ଼ାଯିବ। କେବଳ ବିଶ୍ବବିଦ୍ୟାଳୟ ନୁହେଁ, ଏହା ଅଧୀନରେ ଥିବା ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବି କିଭଳି ସାଇବର ସୁରକ୍ଷା ସଚେତନ ବିଷୟ ପଢ଼ାଯିବ। ସେନେଇ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖାଯାଇଛି।

‘ସାଇବର୍‌ ସ୍ପେସ୍‌’ ହେଉଛି ଇନ୍‌ଫର୍ମେସନ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ଟେକ୍ନୋଲୋଜି(ଆଇସିଟି) ଉପକରଣ। ନେଟ୍‌ଵର୍କ ସହାୟତାରେ ଚାଲୁଥିବା ଲୋକଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ‘ସଫ୍ଟୱେର୍‌ ଓ ସର୍ଭିସ୍‌’ର ଏକ ଜଟିଳ ବାତାବରଣ। ଆଜିର ‘ନେଟ୍‌ଵର୍କ ଦୁନିଆ’ରେ ‘ସାଇବର୍‌ ସିକ୍ୟୁରିଟି ଆଵାର୍‌ନେସ୍‌’ ଚିନ୍ତାର ବିଷୟ ହୋଇଛି। ଇତିମଧ୍ୟରେ କେନ୍ଦ୍ର ସରକାର ‘ନ୍ୟାସ୍‌ନାଲ୍‌ ସାଇବର୍‌ ସିକ୍ୟୁରିଟି ଷ୍ଟ୍ରାଟେର୍ଜି’ କାଗଜପତ୍ର ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସ୍କୁଲ୍‌ସ୍ତରରୁ ସାଇବର୍‌ ସିକ୍ୟୁରିଟି ସଚେତନତା ଆରମ୍ଭ ହେବା ପରେ ସାଇବର୍‌ ନିରାପତ୍ତା ପଦକ୍ଷେପକ୍ରମେ ଆଗକୁ ବଢ଼ିବ। ଆଇଆଇଟି ଓ ଉଚ୍ଚ ଶିକ୍ଷାନୁଷ୍ଠାନସ୍ତରୀୟ ‘ସିଲାବସ୍‌’ରେ ‘ଅଫେନ୍‌ସିଭ୍‌’ ଓ ‘ଡିଫେନ୍‌ସିଭ୍‌’ ଆଦି ଅନ୍ତର୍ଭୁକ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe