ତ୍ରିନାଥ ବିଜୁ ଆଦର୍ଶ କଲୋନିରେ ଶିଶୁ ଦିବସ

Advertisment
ତ୍ରିନାଥ ବିଜୁ ଆଦର୍ଶ କଲୋନିରେ ଶିଶୁ ଦିବସ

ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ ତ୍ରିନାଥ ବିଜୁ ଆଦର୍ଶ କଲୋନିରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏଥିରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କଲୋନିର ପିଲାମାନଙ୍କୁ ଜୋତା, ମୋଜା, ସ୍ବେଟର୍, ଚକଲେଟ୍ ଆଦି ବାଣ୍ଟିଥିଲେ। ସେ କହିଥିଲେ ଯେ, ଆଜିର ଶିଶୁ କାଲିର ଭବିଷ୍ୟତ। ତେଣୁ ଶିଶୁମାନେ ନିଜକୁ ବିକଶିତ କରିବା ସମୟ ଆସିଛି। ନିଜକୁ ଦକ୍ଷ କରିବାକୁ ହେଲେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହିତ ନିଜ ଦକ୍ଷତା ପ୍ରତିପାଦିତ କରିବାକୁ ପଡିବ।

ଏଥିପାଇଁ ସେମାନଙ୍କୁ ଅଭିଭାବକମାନେ ପ୍ରୋତ୍ସାହନ ଦେବାକୁ ପଡିବ। ଏନେଇ ଶିକ୍ଷକମାନେ ବି ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡ-୩୮ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶନୀ ଜେନା, ସିଡିପିଓ ବିଜୟଲକ୍ଷ୍ମୀ ବେହେରା, ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe