ଭୁବନେଶ୍ୱର: ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ଜୟ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ମନୋରଞ୍ଜନ ନିମନ୍ତେ ଏକ ମ୍ୟାଜିକ୍ ସୋ’ର ପ୍ରଦର୍ଶନ ହୋଇଥିଲା। ଚନ୍ଦନ କୁମାର ଦାସ ପ୍ରାୟ ୫୦୦ ପିଲାଙ୍କ ମନୋରଞ୍ଜନ ପାଇଁ ମ୍ୟାଜିକ୍ ସୋ’କୁ ମାଳି କଲୋନୀ (ୟୁନିଟ୍-୩), ଲକ୍ଷ୍ମୀ ବସ୍ତି (ୟୁନିଟ୍ ୩), ଭଗବତୀ ବସ୍ତି (ୟୁନିଟ୍ ୯), ସାଇନ୍ସ ପାର୍କ ବସ୍ତି ଓ ନବ କ୍ଲବ୍ ନୟାପଲ୍ଲୀ ଆଦି ସ୍ଥାନରେ ପ୍ରଦର୍ଶନ କରିଥିଲେ। ଏଥିସହିତ ପିଲାମାନଙ୍କ ଶିକ୍ଷାରେ ସହାୟକ ନିମନ୍ତେ ବିଭିନ୍ନ ଜିନିଷ ଯେମିତିକି ଖାତା, ପୁସ୍ତକ, ପେନ୍, ପେନ୍ସିଲ୍ ଆଦି ପ୍ରଦାନ କରିଥିଲେ।
ଶିଶୁ ଦିବସ ଅବସରରେ ବିଭିନ୍ନ ବସ୍ତି ଅଞ୍ଚଳରେ ପିଲାଙ୍କ ମନୋରଞ୍ଜନ ନିମନ୍ତେ ମ୍ୟାଜିକ୍ ସୋ’ ଆୟୋଜିତ
Advertisment
Follow Us