ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ

Advertisment
ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ

ଭୁବନେଶ୍ବର: ଖାରବେଳ ନଗରସ୍ଥିତ ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଓସା ଭବନରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥିଭାବେ ଆର.ବି ଗ୍ଲୋବାଲର ନିର୍ଦ୍ଦେଶକ ବିଶ୍ବଜିତ୍‌ ଖଟୁଆ ଯୋଗ‌ଦେଇଥିଲେ। ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ମିଶ୍ର ନେହରୁଙ୍କ ଜୀବନୀ ଓ କୃତୀ ବିଷୟରେ ଅଭିଭାଷଣ ଦେଇଥିଲେ। ପରିଚାଳନା ନିର୍ଦ୍ଦେଶିକା ସ୍ବର୍ଣ୍ଣମଞ୍ଜରୀ ମିଶ୍ର ପିଲାମାନଙ୍କୁ ଉକ୍ତ ଉତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ।

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସଂପାଦିକା ଚାରୁବାଳା ନାୟକ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷରେ ଉପାଧ୍ୟକ୍ଷ ବିକ୍ରମ କେଶରୀ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe