କ୍ୟାପିଟାଲ ହସ୍ପିଟାଲ୍‌ରୁ ପିଲାଚୋରି ଅଭିଯୋଗ

Advertisment
କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ପିଲା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ କେଦାରପଲ୍ଲୀ ବସ୍ତିର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତାଙ୍କ ନିକଟରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚିନ୍ତାମଣିଶ୍ୱର ବସ୍ତିର ୩ ଝିଅଙ୍କ ମା’ ଭାନୁମତୀ ସାହୁ ଗତ ସୋମବାର କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏଥିରେ କେଦାରପଲ୍ଲୀ ବସ୍ତିର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ସହାୟତା କରିଥିଲେ। ତେବେ ପୁତ୍ର ଜନ୍ମ ନେଇ ମହିଳାଜଣଙ୍କ ଖୁସି ଥିବା ବେଳେ ଏହାର ଫାଇଦା ନେଇ ସ୍ୱାସ୍ଥ୍ୟକର୍ମୀଜଣଙ୍କ  ଏକ ବଣ୍ଡ ପେପର୍‌ରେ ଭାନୁମତୀଙ୍କ ଦସ୍ତଖତ କରାଇ ନେଇଥିଲେ। କାରଣ ପଚାରିବାରୁ ଏହା ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ବୋଲି କହିଥିଲେ। ତେବେ ଭାନୁମତୀ ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ଉକ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଜଣଙ୍କ ତାଙ୍କ ପୁଅକୁ ଧରି ହଠାତ୍‌ କେଉଁଆଡ଼େ ଚାଲି ଯାଇଥିଲେ। ଭାନୁମତୀ ତାଙ୍କୁ ଫୋନ୍‌ କରିବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ। ବଣ୍ଡପେପର୍‌ରେ ଦସ୍ତଖତ କରି ତୁମ ପିଲାକୁ ମୋତେ ବିକ୍ରି କରିଦେଇଛ ଏବଂ ପିଲାକୁ ଫେରି ପାଇବାକୁ ଚାହୁଥିଲେ ୧ ଲକ୍ଷ ଟଙ୍କା ଦେବାକୁ ଉକ୍ତ ସ୍ୱାସ୍ଥ୍ୟକର୍ମୀଜଣଙ୍କ ଦାବି କରିଥିଲେ। ଏନେଇ ଭାନୁମତୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe