ଚିଲିକା ଆଞ୍ଚଳିକ ବିକାଶ ପରିଷଦର ବାର୍ଷିକୋତ୍ସବ

Advertisment
ଚିଲିକା ଆଞ୍ଚଳିକ ବିକାଶ ପରିଷଦର ବାର୍ଷିକୋତ୍ସବ

ଭୁବନେଶ୍ବର: ଚିଲିକା ଆଞ୍ଚଳିକ ବିକାଶ ପରିଷଦର ୯ମ ବାର୍ଷିକୋତ୍ସବ ରେଡ୍‌କ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି। ବ୍ରଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମଣିଷ ଧୀରେଧୀରେ ବସ୍ତୁବାସୀ ହୋଇପଡ଼ୁଛି। ତେଣୁ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଛି। ଏହାକୁ ପ୍ରତ୍ୟେକ ହୃଦୟଙ୍ଗମ କରିବା ସହ ମଣିଷ ଓ ପ୍ରକୃତି ମଧ୍ୟରେ ସନ୍ତୁଳନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

‘ପୌରୁଷ’ର ସମ୍ପାଦକ ଓ ଗବେଷକ ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ମା’ ଭଗବତୀ ଓ ଚିଲିକା ସମ୍ପର୍କରେ ଆଲୋକପାତ କରିଥିଲେ। କପିଳ ସଂହିତାର ବର୍ଣ୍ଣନାକୁ ଆଧାର କରି ସେ ଶ୍ରୀଜଗନ୍ନାଥ ଓ ବଳଭଦ୍ର କିଭଳି କଳାଧଳା ଘୋଡ଼ାରେ ଚଢ଼ି ଚିଲିକା ତଟରେ କାଞ୍ଚି ଅଭିଯାନ କରିଥିଲେ ସେ ସମ୍ପର୍କରେ କହିଥିଲେ। ଚିଲିକା କାବ୍ୟର କେତେକ ପଙ୍କ୍ତିକୁ ପାଠ କରି ଚିଲିକାର ସୌନ୍ଦର୍ଯ୍ୟ ବାବଦରେ ଆଲୋକପାତ କରିଥିଲେ। ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବକ୍ତବ୍ୟରେ ଚିଲିକାର ସୌନ୍ଦର୍ଯ୍ୟକୁ ଉଜ୍ଜୀବୀତ ରଖିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ ସାଧାରଣ ସମ୍ପାଦକ ଫକୀର ମୋହନ ଷଡ଼ଙ୍ଗୀଙ୍କ ରଚିତ ଉପନ୍ୟାସ ‘ସ୍ବଚ୍ଛ ମନ୍ଦାକିନୀ’ ଲୋକାର୍ପିତ ହୋଇଥିଲା। ଶାରଳା ସମ୍ମାନପ୍ରାପ୍ତ ଚିତ୍ରଶିଳ୍ପୀ ଲଲାଟମୋହନ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ସହ ସମ୍ପାଦକ ସୁଶୀଲ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe