ନନ୍ଦନକାନନରେ ସିମ୍ପାଞ୍ଜି 'ଜୁଲୁ'ର ମୃତ୍ୟୁ

Advertisment

ନନ୍ଦନକାନନରେ ଏକ ଦୁଃଖଦ ଘଟଣା ଘଟିଛି। ସିମ୍ପାଞ୍ଜି ବଂଶର ଶ୍ରଷ୍ଠା ‘ଜୁଲୁ’ ୩୫ ବର୍ଷ ବୟସରେ ବାର୍ଦ୍ଧକ୍ୟରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛି। 'ଜୁଲୁ' ଚିକିତ୍ସାଧିନ ଅବସ୍ଥାରେ ଥିଲା...

ନନ୍ଦନକାନନରେ ଏକ ଦୁଃଖଦ ଘଟଣା ଘଟିଛି। ସିମ୍ପାଞ୍ଜି ବଂଶର ଶ୍ରଷ୍ଠା ‘ଜୁଲୁ’ ୩୫ ବର୍ଷ ବୟସରେ ବାର୍ଦ୍ଧକ୍ୟରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛି। 'ଜୁଲୁ' ଚିକିତ୍ସାଧିନ ଅବସ୍ଥାରେ ଥିଲା...

Chimpanzee Zulu'

Chimpanzee Zulu' Photograph: (sambad.in)

ବାରଙ୍ଗ: ନନ୍ଦନକାନନରେ ଏକ ଦୁଃଖଦ ଘଟଣା ଘଟିଛି।  ସିମ୍ପାଞ୍ଜି ବଂଶର ଶ୍ରଷ୍ଠା ‘ଜୁଲୁ’ ୩୫ ବର୍ଷ ବୟସରେ ବାର୍ଦ୍ଧକ୍ୟରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛି। 'ଜୁଲୁ' ଚିକିତ୍ସାଧିନ ଅବସ୍ଥାରେ ଥିଲା। 'ଜୁଲୁ' ପରିବାରର ମୁଖିଆ ଥିଲା। ପମ୍ପେ୍ଟା ସହ ମିଳନରୁ 'ଜୁଲୁ'ର ବଂଶ ବିସ୍ତାର ହୋଇଥିଲା।

ନନ୍ଦନକାନନରେ ଅଦ୍ୟବିଧି ଜନ୍ମିତ ସମସ୍ତ ୧୩ ଶାବକ 'ଜୁଲୁ' ସହ ମିଳନରୁ ଜନ୍ମ ନେଇଛନ୍ତି। କେବଳ ପମ୍ପେଟାକୁ ଛାଡି ଦେଲେ ପୂର୍ଣ୍ଣିମା , ରାକ୍ଷୀ, ଦୁର୍ଗା, ଲକ୍ଷ୍ମୀ ସମସ୍ତେ 'ଜୁଲୁ'ର ମିଳନରୁ ଜନ୍ମିତ।

୧୯୯୪ ମସିହା ଜୁନ୍ ୧୬ ତାରିଖରେ 'ଜୁଲୁ'କୁ ୪ ବର୍ଷର ହୋଇଥିବା ଅବସ୍ଥାରେ ଓ ପମ୍ପିଟାକୁ  ୩ ବର୍ଷର ହୋଇ ଥିବା ବେଳେ ସିଙ୍ଗାପୁରରୁ ଅଣାଯାଇ ଥିଲା।

'ଜୁଲୁ'ର ମୃତ୍ୟୁ  ଯୋଗୁ ନନ୍ଦନକାନନରେ ସିମ୍ପାଜି ସଂଖ୍ୟା ୭କୁ ହ୍ରାସ ପାଇଛି। ସେମାନଙ୍କ ମଧ୍ୟରେ ୫ ମାଈ, ଗୋଟିଏ ଅଣ୍ଡିରା ସିମ୍ବାଜି ରାଜା ରହିଛି। ରବିବାର ଜନ୍ମଲାଭ କରିଥିବା 'ଜୁଲୁ' ପମ୍ପେଟା ମିଳନରୁ ଜନ୍ମିତ ଶେଷ ଶାବକଟି ରହିଛି। ଗତ କାଲି ଜନ୍ମିତ ଶାବକର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ।

ଅଧିକ ପଢ଼ନ୍ତୁ: ଜାନୁୟାରି ୫ରୁ ୭ ପର୍ଯ୍ୟନ୍ତ କୁମୁରିଆ ସାନଖଳାରେ ସୁଲିଆ ମହୋତ୍ସବ

ସୂଚନାଯୋଗ୍ୟ, ନନ୍ଦନକାନନର ଜନ୍ମ ଦିନରେ ରବିବାର ୧୩ ବର୍ଷ ବୟସ୍କା ସିମ୍ପାଞ୍ଜି ‘ରାକ୍ଷୀ’ ପ୍ରାଣୀ ଉଦ୍ୟାନକୁ ଏକ ଶାବକ ଭେଟିଦେଇଥିଲା। ଖୁଆଡ଼ ନମ୍ବର ୬୦(କ)ରେ ରହୁଥିବା ରାକ୍ଷୀ  ତା’ର ନବଜାତ ଶାବକକୁ ଜନ୍ମଦେଇଥିଲା।

ସେ ଶାବକକୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳିଥିଲା। ରବିବାର ଭୋର୍‌ ସମୟରେ ସେ ଶାବକ ଜନ୍ମ ଦେଇଥିଲା। ସିମ୍ପାଞ୍ଜି 'ଜୁଲୁ'  ଓ ପୂର୍ଣ୍ଣିମାର ମିଳନରୁ ୨୦୧୧ ମସିହା ଅଗଷ୍ଟରେ ରାକ୍ଷୀ ଜନ୍ମ ନେଇଥିଲା।

ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାକୁ ନେଇ କାହାକୁ ସମର୍ଥନ କଲେ ପବନ କଲ୍ୟାଣ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe