Chimpanzee Zulu' Photograph: (sambad.in)
ବାରଙ୍ଗ: ନନ୍ଦନକାନନରେ ଏକ ଦୁଃଖଦ ଘଟଣା ଘଟିଛି। ସିମ୍ପାଞ୍ଜି ବଂଶର ଶ୍ରଷ୍ଠା ‘ଜୁଲୁ’ ୩୫ ବର୍ଷ ବୟସରେ ବାର୍ଦ୍ଧକ୍ୟରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛି। 'ଜୁଲୁ' ଚିକିତ୍ସାଧିନ ଅବସ୍ଥାରେ ଥିଲା। 'ଜୁଲୁ' ପରିବାରର ମୁଖିଆ ଥିଲା। ପମ୍ପେ୍ଟା ସହ ମିଳନରୁ 'ଜୁଲୁ'ର ବଂଶ ବିସ୍ତାର ହୋଇଥିଲା।
ନନ୍ଦନକାନନରେ ଅଦ୍ୟବିଧି ଜନ୍ମିତ ସମସ୍ତ ୧୩ ଶାବକ 'ଜୁଲୁ' ସହ ମିଳନରୁ ଜନ୍ମ ନେଇଛନ୍ତି। କେବଳ ପମ୍ପେଟାକୁ ଛାଡି ଦେଲେ ପୂର୍ଣ୍ଣିମା , ରାକ୍ଷୀ, ଦୁର୍ଗା, ଲକ୍ଷ୍ମୀ ସମସ୍ତେ 'ଜୁଲୁ'ର ମିଳନରୁ ଜନ୍ମିତ।
ସେ ଶାବକକୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳିଥିଲା। ରବିବାର ଭୋର୍ ସମୟରେ ସେ ଶାବକ ଜନ୍ମ ଦେଇଥିଲା। ସିମ୍ପାଞ୍ଜି 'ଜୁଲୁ' ଓ ପୂର୍ଣ୍ଣିମାର ମିଳନରୁ ୨୦୧୧ ମସିହା ଅଗଷ୍ଟରେ ରାକ୍ଷୀ ଜନ୍ମ ନେଇଥିଲା।
ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାକୁ ନେଇ କାହାକୁ ସମର୍ଥନ କଲେ ପବନ କଲ୍ୟାଣ?
Follow Us