ନନ୍ଦନକାନନରେ ସିମ୍ପାଞ୍ଜି ଜୁଲୁ ଅସୁସ୍ଥ

Advertisment
ନନ୍ଦନକାନନରେ ସିମ୍ପାଞ୍ଜି ଜୁଲୁ ଅସୁସ୍ଥ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସବୁଠୁ ବୟସ୍କ ସିମ୍ପାଞ୍ଜି ଜୁଲୁ (୩୨) ଅସୁସ୍ଥ ହୋଇଛି। ସେ ଠିକ୍‌ ଭାବେ ଖାଦ୍ୟ ଖାଉ ନାହିଁ। ମାନ୍ଦାଳିଆ ହୋଇ ରହୁଛି। ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ଆଜି ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ତାକୁ ରୋଗ ପ୍ରତିଷେଧକ ଟିକା ଓ ଖାଦ୍ୟରେ ଭିଟାମିନ ଦେଇ ଚିକିତ୍ସା କରାଯାଉଛି। ଜୁଲୁର ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ସ୍ୱତନ୍ତ୍ର ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ସ୍ୱାସ୍ଥ୍ୟ କମିଟିର ପରାମର୍ଶ ଲୋଡ଼ା ଯାଇଛି।

ସୂଚନା‌ଯୋଗ୍ୟ, ଜୁଲୁକୁ ୪ ବର୍ଷ ବୟସ ହୋଇଥିବା ବେଳେ ୧୯୯୪ ମସିହା ଜୁଲାଇ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନାରୁ ତା’ ଜୀବନସାଥୀ ୩ ବର୍ଷର ହୋଇଥିବା ପମ୍ପେଟା ସହ ତାକୁ ନନ୍ଦନକାନନକୁ ଅଣାଯାଇଥିଲା। ଜୁଲୁ ଓ ପମ୍ପେଟା ମିଳନରୁ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ବଂଶ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଜୁଲୁ, ପମ୍ପେଟା (୨୯), ପୂର୍ଣ୍ଣିମା (୨୩), ରାକ୍ଷୀ(୧୪), ଦୁର୍ଗା (୭), ଲକ୍ଷ୍ମୀ (୭) ଓ ରାଜା (୩) ଅଛନ୍ତି। ଏମାନଙ୍କ ମଧ୍ୟରେ କେବଳ ୨ଟି ଅଣ୍ଡିରା ଜୁଲୁ ଓ ରାଜା ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe