ଅତିଷ୍ଠ କଲାଣି ଚାଇନା ଲୋନ୍ ଆପ୍: ରାଜ୍ୟର ପ୍ରଥମ ମାମଲା ରୁଜୁ କଲା ଇଓଡବ୍ଲୁ

Advertisment

ବ୍ଲାକମେଲ୍‌ କରି ଅଧିକ ସୁଧ ଆଦାୟ

ବ୍ଲାକମେଲ୍‌ କରି ଅଧିକ ସୁଧ ଆଦାୟ

ଅତିଷ୍ଠ କଲାଣି ଚାଇନା ଲୋନ୍ ଆପ୍: ରାଜ୍ୟର ପ୍ରଥମ ମାମଲା ରୁଜୁ କଲା ଇଓଡବ୍ଲୁ

DNA India

ଭୁବନେଶ୍ବର: ବିନା ବନ୍ଧକରେ ଓ ବିନା ରେକର୍ଡପତ୍ରରେ ତୁରନ୍ତ ଋଣ ଯୋଗାଇ ଦେଉଥିବା ଚାଇନା ଲୋନ୍‌ ଆପ୍‌ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ଏ ସଂକ୍ରାନ୍ତରେ ଇଓଡବ୍ଲୁ କେସ୍ ନଂ-୯ ଓ ଆଇପିସି ଦଫା-୨୯୪, ୫୦୬, ୫୦୭, ୪୨୦, ୪୬୭ ଓ ୪୬୮ ଏବଂ ଆଇଟି ଆଇନର ଧାରା-୬୬ (ଡି) ଅନୁସାରେ ରାଜ୍ୟର ପ୍ରଥମ ମାମଲା ରୁଜୁ ହୋଇଛି। ନିକଟରେ କଟକର ଜଣେ ବ୍ୟକ୍ତି ଏହି ଆପ୍‌ ଜରିଆରେ ୫ ହଜାର ଟଙ୍କା ଲୋନ୍ ନେଇ ବଦଳରେ ୧୫ ଲକ୍ଷ ଟଙ୍କା ସୁଝିଥିବା ଅଭିଯୋଗ ହୋଇଥିଲା। ସେହିପରି ଏହାକୁ ନେଇ ଅନେକ ଆତ୍ମହତ୍ୟା ହୋଇଥିବା ମଧ୍ୟ ଖବର ରହିଛି।

କେମିତି କାମ କରୁଛି ଲୋନ୍ ଆପ୍?

ଏହି ଚାଇନିଜ୍ ଲୋନ୍ ଆପ୍‌ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ସହରରୁ ଅପରେଟ୍ କରାଯାଉଛି। ସୋସିଆଲ୍ ମିଡିଆରେ ଏହି ଆପ୍‌ର ବିଜ୍ଞାପନ ଉପଲବ୍ଧ ହୋଇଥାଏ। ବନ୍ଧକ ଓ କାଗଜପତ୍ର ଆବଶ୍ୟକ ହେଉନଥିବାରୁ ଓ ସହଜରେ ଋଣ ମିଳିଯାଉଥିବାରୁ ତୁରନ୍ତ ଋଣ ଆବଶ୍ୟକ କରୁଥିବା ବ୍ୟବସାୟୀମାନେ ଏହି ଆପ୍‌କୁ ଭରସା କରନ୍ତି। ପୁଣି ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡ଼ିନଥାଏ। କିନ୍ତୁ ଏହି ସମୟ ଅତିକ୍ରାନ୍ତ ହେବା ପରେ ଟଙ୍କା ଆଦାୟ କରିବା ପାଇଁ ଆରମ୍ଭ ହୋଇଯାଏ ମାନସିକ ନିର୍ଯାତନା।

ଋଣ ନେଉଥିବା ବ୍ୟକ୍ତି ଲୋନ୍ ଆପ୍ ଡାଉନ୍‌ଲୋଡ୍ କରିବା ଭିତରେ ଫୋନ୍ କଣ୍ଟାକ୍ଟ ତାଲିକା, ମୋବାଇଲ ହୋମ୍ ସ୍କ୍ରିନ୍, ସେଥିରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଚୋରି କରିନିଏ ସଂସ୍ଥା। ଏହି ତଥ୍ୟ ଚୀନକୁ ଟ୍ରାନ୍ସଫର୍ ହୋଇଯାଏ। ଋଣ ପରିଶୋଧ କରୁ ନ ଥିବା ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍ କରିବାକୁ କଣ୍ଟାକ୍ଟ ତାଲିକାରେ ଥିବା ଲୋକଙ୍କ ପାଖକୁ ଫଟୋ, ଭିଡିଓ ପଠାଇ ଦିଅନ୍ତି।

କେମିତି ବର୍ତ୍ତିବେ

ଏହି ଲୋନ୍ ଆପ୍‌କୁ ବିଶ୍ବାସ ନ କରିବାକୁ କହିଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ। ନାହିଁ। ଯଦି କେହି କେବେ ବି ଫସିଗଲେ, ଗୋଟିଏ ଟଙ୍କା ନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। କାରଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନ୍‌ଲାଇନ୍ ଲୋନ୍ ଆପ୍‌କୁ ବ୍ୟାନ୍‌ କରିଛି ବୋଲି ସେ କହିଛନ୍ତି। ଲୋନ୍ ଆପ୍ ସଂସ୍ଥାମାନେ ଓକିଲ ଓ ଆଇନଗତ ଭୟ ଦେଖାଇଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଇପାରିବେନାହିଁ। ପୂର୍ବରୁ ଏକାଧିକ ଲୋନ୍ ଆପ୍ ବ୍ୟାନ୍ ହୋଇଥିବା ବେଳେ ଆଉ ୧୩୭ଟିର ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe