ଆଇକୋର୍‌ ଚିଟ୍‌ଫଣ୍ଡ କମ୍ପାନି ଏମ୍‌ଡିଙ୍କ ମୃତ୍ୟୁ, ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଥିଲେ

କମ୍ପାନି ବିରୋଧରେ ୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି

ବହୁ ଚର୍ଚ୍ଚିତ ହତ୍ୟା ଘଟଣା ମାମଲା: କୋର୍ଟ ଭିତରେ ପତ୍ନୀ ‌ହତ୍ୟା, ଅଭିଯୁକ୍ତ ରମେଶକୁ ଆଜୀବନ କାରାଦଣ୍ଡ

Spokane Public Radio

ଭୁବନେଶ୍ବର: ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ଜୀବନ ବିତାଉଥିବା ଆଇକୋର୍ ଚିଟଫଣ୍ଡ କମ୍ପାନି ମୁଖ୍ୟ ତଥା ଏମ୍‌ଡି ଅନୁକୂଳ ମାଇତିଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ ଜେଲରେ ଅସୁସ୍ଥ ହୋଇ ପଡ଼ିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଜେଲ୍ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ ଲକ୍ଷ୍ମୀସାଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଜେଲ୍ ସୁପରିନ୍‌ଣ୍ଟେଣ୍ଡେଣ୍ଟ ଡି. ଏନ୍ ବାରିକଙ୍କ ସୂଚନା ଅନୁସାରେ, ଅନୁକୂଳଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୭ ଏପ୍ରିଲ ୨୧ ତାରିଖରୁ ସେ ଜେଲରେ ବିଚାରାଧୀନ ବନ୍ଦୀ ଥିଲେ। ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସର କହିବା ଅନୁସାରେ, ଜେଲ କର୍ତ୍ତୃପକ୍ଷଙ୍କ ହେପାଜତରେ ମୃତ୍ୟୁ ହୋଇଥିବାରୁ ଏହାକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କରାଯାଇଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ଦ୍ବାରା ଶବ ବ୍ୟବଚ୍ଛେଦ କରାଯାଇଛି। ପ୍ରମାଣ ସ୍ବରୂପ ଭିଡିଓ ରେକର୍ଡିଂ କରାଯାଇଛି। ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର ପରେ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଛି।

ସୂଚନାଯୋଗ୍ୟ, ଅନୁକୂଳଙ୍କ ପତ୍ନୀ କନିକା ଆଇକୋର କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ହୋଇଥିବା ବେଳେ ପୂର୍ବରୁ ସେ ମଧ୍ୟ ଜେଲ ଯାଇ ଜାମିନରେ ମୁକୁଳିଥିଲେ। ପଶ୍ଚିମବଙ୍ଗର ଆଇକୋର୍ କମ୍ପାନି ବିରୋଧରେ ଓଡ଼ିଶା ସମେତ କୋଲକାତା, ଆସାମ, ମୁମ୍ବାଇ, ପଞ୍ଜାବ, ଛତିଶଗଡ଼ରେ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe