ଆଜି ଚିତ୍ତରଞ୍ଜନ ଦାସଙ୍କ ସ୍ମାରକୀ : ବକ୍ତତା ଦେବେ ଅନ୍ଵିତା ଆବ୍‌ବୀ

Advertisment
ଆଜି ଚିତ୍ତରଞ୍ଜନ ଦାସଙ୍କ ସ୍ମାରକୀ : ବକ୍ତତା ଦେବେ ଅନ୍ଵିତା ଆବ୍‌ବୀ

ଭୁବନେଶ୍ୱର : ଶିକ୍ଷାସନ୍ଧାନ ପକ୍ଷରୁ ୧୪ ତାରିଖ ସନ୍ଧ୍ୟାରେ ନୂଆପଲ୍ଲୀ ଫକୀରମୋହନ ଭବନ କନଫରେନ୍ସ ହଲ୍‌ରେ ବିଶିଷ୍ଟ ପ୍ରାବନ୍ଧିକ ତଥା ଶିକ୍ଷାବିତ୍‌ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ସ୍ମୃତି ରକ୍ଷା ପାଇଁ ଆୟୋଜିତ ଷଷ୍ଠ ସ୍ମାରକୀ ବକ୍ତତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଜର୍ମାନୀର ‘ମ୍ୟାକ୍ସ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଭୋଲ୍ୟୁସ୍‌ନାରି’ ଆନ୍ଥ୍ରୋପୋଲଜି ବିଭାଗର ଅତିଥି ବୈଜ୍ଞାନିକ ତଥା ବିଶିଷ୍ଟ ଭାଷାବିଦ୍‌ ପ୍ରଫେସର ଅନ୍ଵିତା ଆବ୍‌ବୀ ବକ୍ତତା ପ୍ରଦାନ କରିବେ। ଦକ୍ଷିଣ ଏସିଆର ଆଦିବାସୀ ଭାଷା ତଥା ଅନ୍ୟାନ୍ୟ ଭାଷା ଉପରେ ପ୍ରଫେସର ଆବ୍‌ବୀଙ୍କ କାର୍ଯ୍ୟ ଅନୁକରଣୀୟ। ଆଣ୍ଡାମାନ ଦ୍ୱୀପର ଲୁପ୍ତ ପ୍ରାୟ ଭାଷା ଉପରେ ତାଙ୍କ ଦ୍ୱାରା କରାଯାଇଥିବା ଗବେଷଣା ଭାରତ ତଥା ବିଦେଶରେ ପ୍ରଶଂସା ଲାଭ କରିଛି। ୧୯୪୯ରେ ଆଗ୍ରାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ଅନ୍ଵିତା ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ଭାଷାବିଜ୍ଞାନରେ ପିଏଚ୍‌ଡି ଲାଭ କରିଥିଲେ। ୨୦୧୩ରେ ପଦ୍ମଶ୍ରୀ ଉପାଧି ପାଇବା ସହିତ ୨୦୧୫ରେ ଭାଷାବିଦ୍‌ ସମାଜ ଆମେରିକାର ‘କେନେଥ୍‌ ହେଲ୍‌ ପୁରସ୍କାର’ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭାଷାବିଦ୍‌, ଗବେଷକ, ଲେଖକ/ଲେଖିକା ତଥା ବୁଦ୍ଧିଜୀବୀମାନେ ଯୋଗ ଦେବାକୁ ଶିକ୍ଷାସନ୍ଧାନର ସଚିବ ଅନିଲ୍‌ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe