ସଂଭାବନା ପକ୍ଷରୁ ‘ଚିତଉ ଉତ୍ସବ’

Advertisment
ସଂଭାବନା ପକ୍ଷରୁ ‘ଚିତଉ ଉତ୍ସବ’

ଭୁବନେଶ୍ବର: ଚିତାଲାଗି ଅମାବାସ୍ୟା ଅବସରରେ ଚିତଉ ପିଠା ପ୍ରସ୍ତୁତ କରିବାର ବିଧି ରହିଥିବାବେଳେ ‘ସଂଭାବନା ଓଡ଼ିଆଣୀ ସମିତି’ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ‘ଚିତଉ ଉତ୍ସବ’। ଏହି ଅବସରରେ ଓଡ଼ିଆଣୀମାନଙ୍କ ଦ୍ବାରା ପ୍ରସ୍ତୁତ ଚିତଉ ପିଠା ପ୍ରଦର୍ଶିତ ହୋଇଥିଲା। ଏହାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ପ୍ରେସ୍‌ କ୍ଲବର ସଂପାଦିକା ଅନ୍ନପୂର୍ଣ୍ଣା ଦାଶ ଉଦ୍‌ଘାଟନ କରିଥିଲେ।

ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଓ ୨୦୨୨ ଶ୍ରେଷ୍ଠ ଓଡ଼ିଆଣୀ ବେବିରାଣୀ ଦାସ ଉପସ୍ଥିତ ଥିଲେ। ଅନୁଷ୍ଠାନର ଟ୍ରଷ୍ଟି ସ୍ମୃତି ମହାନ୍ତି ଏହାକୁ ପରିଚାଳନା କରିଥିବାବେଳେ ପିଠା ପ୍ରଦର୍ଶନରେ ମୀନା ପାଣିଗ୍ରାହୀ, ରଶ୍ମି ସାହୁ, ବିଜୟଲକ୍ଷ୍ମୀ ସା, ମଧୁସ୍ମିତା ଦାସ, ବିଦୁଲତା ସ୍ୱାଇଁ, ସଂଯୁକ୍ତା ସ୍ୱାଇଁ, ପଦ୍ମାଳୟା ଶତପଥୀ, ତନୁଶ୍ରୀ ମହାନ୍ତି, ରତ୍ନ ମଞ୍ଜରୀ ସାମନ୍ତରାୟ, ଶୁଭଶ୍ରୀ ସିଂ, ସୌଦାମିନୀ ମହାନ୍ତି, ରୀତାରାଣୀ କୁଣ୍ଡୁ, ବିଦୁଲତା ବେହେରା, ବିଜୟଲକ୍ଷ୍ମୀ ପତି, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ଜ୍ୟୋତ୍ସ୍ନା ମିଶ୍ର, ଅରୁନ୍ଧତୀ ମିଶ୍ର, ମାନସୀ ରାଉତରାୟ, ବିଷ୍ଣୁପ୍ରିୟା ମିଶ୍ର, ଜ୍ୟୋତ୍ସ୍ନା ପାତ୍ର, ସଂଧ୍ୟା ରଥ, ବେବିରାଣୀ ସାହୁ, ରାଧାଶ୍ରୀ ମିଶ୍ର ଓ ପ୍ରଣତି ପାଇକରାୟ ପ୍ରମୁଖ ଓଡ଼ିଆଣୀ ଭାଗ ନେଇଥିଲେ। ଅନୁଷ୍ଠାନର ସଦସ୍ୟ ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର, ରାଜଶ୍ରୀ ଶତପଥୀ ସହଯୋଗ କରିଥିଲେ। ପିଠାପ୍ରେମୀମାନଙ୍କ ପାଇଁ ଆଗାମୀ ଦୁଇଦିନ ଧରି ଏହି ଉତ୍ସବ ଏକାମ୍ର ହାଟର ସୌକିନ୍ ହୋଟେଲଠାରେ ସଂଧ୍ୟାରେ ଅନୁଷ୍ଠିତ ହେବ ବୋଲି ସଂଭାବନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe