ଯାତ୍ରା ଜଗତକୁ ଓହ୍ଲାଇବ ଚକ‌ଲେଟ୍‌ ରଙ୍ଗମଞ୍ଚ, ପ୍ରଥମ ଭେଟି ‘ବଞ୍ଚି ପାରିବିନି ତୋ ବିନା’

ଯାତ୍ରା ଜଗତକୁ ଓହ୍ଲାଇବ ଚକ‌ଲେଟ୍‌ ରଙ୍ଗମଞ୍ଚ, ପ୍ରଥମ ଭେଟି ‘ବଞ୍ଚି ପାରିବିନି ତୋ ବିନା’

ଭୁବନେଶ୍ବର: ଭିନ୍ନ ସ୍ବାଦର ପାରିବାରିକ ନାଟକ ‘ବଞ୍ଚି ପାରିବିନି ତୋ ବିନା’ ସହ ଯାତ୍ରା ଜଗତରେ ନୂଆ କରି ପାଦ ଥାପିବାକୁ ଯାଉଛି ଇଷ୍ଟର୍ଣ୍ଣ ଗ୍ରୁପ୍‌ର ଚକଲେଟ୍‌ ରଙ୍ଗମଞ୍ଚ। ଆଜି ଏହି ନାଟକର ଅଭ୍ୟାସ ଶେଷ ହୋଇଥିବା ବେଳେ ଆଗକୁ ଏହା ଦର୍ଶକମାନଙ୍କ ପାଇଁ ଉପଲବ୍ଧ ହେବ। ନାଟକରେ ବିଶିଷ୍ଟ ଅଭିନେତା ଲରେନ୍ସ ବେହେରା ମୁଖ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଅଭିନେତ୍ରୀ ସ୍ମରଣିକା ମୁଖ୍ୟ ନାୟିକା ଭୂମିକାରେ ଅଛନ୍ତି। ନାଟକକୁ ଅରୁଣ ନାୟକ ଲେଖିଛନ୍ତି। ମହେଶ ହାଜରା ସମ୍ପାଦନା ଭାର ସମ୍ଭାଳିଛନ୍ତି। ଏକ ସାମାଜିକ ଘଟଣାକୁ ନେଇ ଗତିଶୀଳ ଏହି ନାଟକକୁ ଦର୍ଶକେ ସପରିବାରେ ଦେଖିପାରିବେ ବୋଲି ନିର୍ଦ୍ଦେଶକ ଶ୍ରୀ ହାଜରା କହିଛନ୍ତି। ଏହି ନାଟକ ନିଶ୍ଚିତ ଭାବେ ଦର୍ଶକଙ୍କୁ ମନୋରଂଜନର ଏକ ନୂଆ ଅନୁଭବ ଦେବ ବୋଲି ସେ ଆଶାବାଦୀ ଅଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ସମାଜସେବୀ ମୀରା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ନାଟକର ଲେଖକ ଏବଂ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହାପରେ ଚକଲେଟ୍ ରଙ୍ଗମଞ୍ଚ ପକ୍ଷରୁ ଆହୁରି ଅନେକ ନାଟକ ମଧ୍ୟ ପ୍ରସ୍ତୁତ ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe