ଜାଭିୟର୍ସ ହାଇସ୍କୁଲରେ ଖ୍ରୀଷ୍ଟପର୍ବ ପାଳିତ

Advertisment
ଜାଭିୟର୍ସ ହାଇସ୍କୁଲରେ ଖ୍ରୀଷ୍ଟପର୍ବ ପାଳିତ

ପୁରୁଣା ଭୁବନେଶ୍ୱର : ସାମନ୍ତରାପୁର ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲରେ ଖ୍ରୀଷ୍ଟପର୍ବ ପାଳିତ ହୋଇଯାଇଛି। ଛାତ୍ରୀଛାତ୍ରୀମାନଙ୍କ ଦ୍ୱାରା ମଦରମେରୀ, ଯୋଶେଫ, ମେଷ ପାଳକ, ପରୀ, ସାନ୍ତାକ୍ରୁଜ ଆଦି ବେଶରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା। ସ୍କୁଲ ଅଧ୍ୟକ୍ଷା ଏସ୍ଆର୍ ଆଲାଣ୍ଡ୍ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ମାନବ ଜାତିର କଲ୍ୟାଣ ପାଇଁ ଥିଲା। ସେ ଦୟା, ପ୍ରେମ, କରୁଣା ଓ ଶାନ୍ତିର ଅବତାର ଥିଲେ। ତାଙ୍କର ପ୍ରତ୍ୟେକ ବାଣୀ ସମାଜର ଉନ୍ନତି କରିବା ସହ ମାନବ ସମାଜ କିଭଳି ଶାନ୍ତି ଓ ପ୍ରେମରେ ବଞ୍ଚିବାର ପ୍ରେରଣା ଦେଇଥିଲା। ସାନ୍ତାକ୍ରୁଜ ଜିଙ୍ଗଲବେଲ ଗୀତ ଗାଇ ନୃତ୍ୟ ପ୍ରଦର୍ଶନ କରି ଉପହାର ବଣ୍ଟନ କରିବା ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସାମିଲ ହୋଇଥିଲେ। ସ୍କୁଲର ନିର୍ଦେଶକ ଅଜିତ କୁମାର ଦାଶ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe