ଚନ୍ଦ୍ରଶେଖରପୁର : ହାତୀ ଭୟରେ ଚୁନୁକୋଳି ବାସିନ୍ଦା

ଚନ୍ଦ୍ରଶେଖରପୁର : ହାତୀ ଭୟରେ ଚୁନୁକୋଳି ବାସିନ୍ଦା

ଚନ୍ଦ୍ରଶେଖରପୁର : ବାରମ୍ବାର ହାତୀ ପଶି ଆସୁଥିବାରୁ ଚନ୍ଦ୍ରଶେଖରପୁର ଚୁନୁକୋଳି ଓ ଗଣେଷନଗର ବସ୍ତିବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତ ମାସକ ମଧ୍ୟରେ ଏହି ଦୁଇ ବସ୍ତିକୁ ୩ ଥର ହାତୀ ପଶି ଆସିଥିବାରୁ କେତେବେଳେ କ’ଣ ଅଘଟଣା ଘଟିବା ଚିନ୍ତାରେ ବସ୍ତିବାସିନ୍ଦାମାନେ ରହିଛନ୍ତି। ଗତକାଲି ଦୁଇଟି ଦନ୍ତା ହାତୀ ଭରତପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ଇନ୍‌ଫୋସିଟି ଓ ଅନ୍ଧାରୁଆ ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଭରତପୁର ଜିଏ କଲୋନିରେ ମଧ୍ୟ ଏକ ଦନ୍ତା ହାତୀ ପଶିଥିଲା। ବନ ବିଭାଗ କଡ଼ା ପାଟ୍ରୋଲିଂ କରୁନଥିବାରୁ ହାତୀମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି ବୋଲି ଅଭିଯୋଗ ହେଉଛି।

ଏହି ବସ୍ତିସବୁ ଭରତପୁର ଅଭୟାରଣ୍ୟ ଟ୍ରେଞ୍ଚ୍‌କୁ ଲାଗି ରହିଥିବାରୁ ସହଜରେ ହାତୀ ବସ୍ତି ଭିତରକୁ ପଶୁଛନ୍ତି। ବସ୍ତି ଲୋକମାନେ ଭରତପୁର ସଂରକ୍ଷିତ ଜଙ୍ଗଲରୁ ଜାଳେଣୀ କାଠ ଆଣିବା ପାଇଁ କିଛି କିଛି ସ୍ଥାନରେ ଟ୍ରେଞ୍ଚକୁ ପୋତି ପକାଇଛନ୍ତି। ତେଣୁ ହାତୀମାନେ ସହଜରେ ଟ୍ରେଞ୍ଚ ପାର୍ ହେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ପାଇଁ ହାତୀ ବସ୍ତିରେ ଥିବା କଦଳୀ, ପଣସ ଆଦି ଗଛ ଖାଇବା ଲୋଭରେ ବସ୍ତି ମୁହାଁ ହେଉଛନ୍ତି। ସେହିଭଳି କିଛି ବସ୍ତିରେ ଦେଶୀ ମଦ ଓ ହାଣ୍ଡିଆ ତିଆରି ହେଉଥିବାରୁ ହାତୀମାନେ ହାଣ୍ଡିଆ ବାସ୍ନାରେ ବସ୍ତିକୁ ପଶି ଆସୁଛନ୍ତି। ‌ତେଣୁ ଏବେ ବନ ବିଭାଗ ବସ୍ତି ଅଞ୍ଚଳରେ ତଦନ୍ତ କରି ଟ୍ରେଞ୍ଚ ପୋତି ହୋଇଥିବା ସ୍ଥାନ ଚିହ୍ନଟ କରିବା ସହ ପୁଣି ଖୋଳିବା ଜରୁରି ହୋଇ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe