‘ଚଳଚ୍ଚିତ୍ର ଜଗତ’ର ବାର୍ଷିକ ଉତ୍ସବ: ୩୪ ଜଣଙ୍କୁ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ’

Advertisment

ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୯ତମ ବାର୍ଷିକ ଉତ୍ସବ ଓ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୨୪ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ଶକ୍ତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ...

ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୯ତମ ବାର୍ଷିକ ଉତ୍ସବ ଓ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୨୪ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ଶକ୍ତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ...

addadx

ଭୁବନେଶ୍ବର: ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୯ତମ ବାର୍ଷିକ ଉତ୍ସବ ଓ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୨୪ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ଶକ୍ତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଏକାମ୍ର ବିଧାୟକ ବାବୁ ସିଂ, ସ୍ୱସ୍ତି ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଜିତେନ୍ଦ୍ର କୁମାର ମହାନ୍ତି, ରୋଟାରି ଭୁବନେଶ୍ୱର ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ବରିଷ୍ଠ ସିନେ ନିର୍ଦ୍ଦେଶକ ଶିଶିର ମିଶ୍ର, ପ୍ରାଶାସନିକ ଅଧିକାରୀ ପ୍ରଣବଜ୍ୟୋତି ନାଥ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓ ବିଭିନ୍ନ ଚ୍ୟାନେଲରେ ପ୍ରସାରିତ ଧାରାବାହିକଗୁଡ଼ିକ ମଧ୍ୟରୁ ୩୪ଟି ବିଭାଗର କୃତୀ କଳାକାରଙ୍କୁ ସମ୍ମାନିତ କରାଯିବା ସହ ୧୧ ଜଣ ପ୍ରତିଷ୍ଠିତ ପ୍ରତିଭାଧାରୀଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ‘କର୍ମ’ ଚଳଚ୍ଚିତ୍ର ପାଇଁ ଅନୁପମ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ପ୍ରଯୋଜକ ଶିବ ପ୍ରସାଦ ପଣ୍ଡାଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍‌ ପାଇଁ ‘ଦେବବ୍ରତ କର ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। 

ବବି ମିଶ୍ରଙ୍କୁ ‘ଭଗିଆ ଭାରିଯା’ ପାଇଁ ‌ଶ୍ରେଷ୍ଠ ଖଳନାୟକ, ପ୍ରେମ୍‌ ଆନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ହ୍ୟୁମାନ ସାଗରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଦୀପ୍ତିରେଖା ପାଢ଼ୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ଅଜୟ ମହାନ୍ତିଙ୍କୁ ଶ୍ରେଷ୍ଠ କାହାଣୀକାର, ରଜନୀ ରଞ୍ଜନ ଦାଶଙ୍କୁ ଶେଷ୍ଠ ସଂଳାପକାର, ବାପୁ ଗୋସ୍ବାମୀଙ୍କୁ ଶ୍ରେଷ୍ଠ ଗୀତିକାର, ତାପସ ସରଘରିଆଙ୍କୁ ଖଳନାୟକ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁ‌ଷ୍ଠାନର ସହସମ୍ପାଦକ ସ୍ଥିତପ୍ରଜ୍ଞ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ବିଜୟ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ପତ୍ରିକାର ସମ୍ପାଦକ ଆଦିକନ୍ଦ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ। ରଞ୍ଜନ ରାଉତ, ରଞ୍ଜିତ ଚୌଧୁରୀ, ମୋହନ ସେଠୀ, ସନ୍ଧ୍ୟା ଶତପଥୀ, ରସାନନ୍ଦ ସାହୁ, ଶାରଦା ସାହୁ, ଗୁରୁପ୍ରସାଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଜୟ ରାଉତରାୟ, ବନସ୍ମିତା ରାଉତରାୟ, ଶାନ୍ତିଲତା ରାଉତ, ଶୁଚିସ୍ମିତା ରାଉତରାୟ, ସ୍ୱୟଂସୌରଭ ରାଉତରାୟ, ସଞ୍ଜନା ରାଉତ ସମ୍ମାନ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମନ୍ମଥ ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସ୍ଥିତପ୍ରଜ୍ଞ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା‌ ବେଳେ ସହସମ୍ପାଦକ ବିଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe