ଭୁବନେଶ୍ୱର : ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ୍ ପକ୍ଷରୁ ଗଙ୍ଗାନଗର ସିଆଇଏସ୍ଏଫ୍ କ୍ୟାମ୍ପସ୍ରେ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ସଂସ୍ଥା ପକ୍ଷରୁ ଚାରା ରୋପଣ କରାଯିବା ସହ ପରିବେଶ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ବିମାନ ବନ୍ଦରର ଚିଫ୍ ସିକ୍ୟୁରିଟି ଅଫିସର୍ ତଥା ୟୁନିଟ୍ ମୁଖ୍ୟ ଡେପୁଟି କମାଣ୍ଡାଣ୍ଟ୍ ଭିଭିଏସ୍ ଗୌତମ୍ ଯୋଗଦେଇ ପରିବେଶର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି କହିଥିଲେ। ଜନ୍ମଦିନ ଓ ଅନ୍ୟ ଉତ୍ସବ ପାଳନ ସମୟରେ ଖାଦ୍ୟପେୟ ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି ତା’ ସହିତ ବୃକ୍ଷରୋପଣକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଥିଲେ। ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ଗୋକୁଲ୍ କୁମାର କୋହିଲ ଅତିଥି ଭାବେ ଯୋଗଦେଇ ବୃକ୍ଷର ଆବଶ୍ୟକତା ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଯଥେଷ୍ଟ ବଢ଼ିଯାଇଛି ବୋଲି କହିଥିଲେ। ଏହାପରେ ୭୫ଜଣ ସିଆଇଏସ୍ଏଫ୍ କର୍ମଚାରୀ ସମ୍ମିଳିତ ହୋଇ ଶତାଧିକ ପିଜୁଳି, ସୀତାଫଳ, ପଣସ, ଓଉ, ଅଁଳା, ଡାଳିମ୍ବ, ଡାଲ୍ଚିନି, ଜାମୁକୋଳି ଓ ଆମ୍ବଗଛର ଚାରା ରୋପଣ କରିଥିଲେ। ଲଗାଯାଇଥିବା ଚାରାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ବିଭାଗ ପକ୍ଷରୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।
ସିଆଇଏସ୍ଏଫ୍ ପକ୍ଷରୁ ବନ ମହୋତ୍ସବ
Advertisment
Follow Us