ଭୁବନେଶ୍ବର: ସରକାରୀ ଏବଂ ଘରୋଇ ସଂସ୍ଥାରେ ଋତୁସ୍ରାବ ସମୟରେ ସବୈତନିକ ଛୁଟି ପ୍ରଦାନ ଦାବି କରୁଥିବା ଓଡ଼ିଆ ଛାତ୍ରୀ ରଞ୍ଜିତା ପ୍ରିୟଦର୍ଶିନୀ ରାଜସ୍ଥାନ ପହଞ୍ଚିଛନ୍ତି। ଏହାକୁ ନେଇ ସେ ରାଜସ୍ଥାନର ଶ୍ରମ ମନ୍ତ୍ରୀ ସୁଖରାମ ବିଷ୍ଣୋଇ, କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ଭେଟିଥିଲେ। ଏଲଏଲଏମ ଛାତ୍ରୀ ରଞ୍ଜିତା କହନ୍ତି, ପ୍ରତ୍ୟେକ ମାସ ଋତୁସ୍ରାବ ବେଳେ କାର୍ଯ୍ୟ କରିବା ମହିଳାଙ୍କ ପାଇଁ କଷ୍ଟକର।
ଏହି ସମୟରେ ଛୁଟି ପାଇବା ସେମାନଙ୍କ ହକ୍। ସମ୍ବିଧାନ ଧାରା୧୫(୩) ଅନ୍ତର୍ଗତ ୪୨ ଅନୁଯାୟୀ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପାଇଁ ମାନବୀୟ ସ୍ଥିତିର ବ୍ୟବସ୍ଥା ହେବା ଉଚିତ। ତେଣୁ ଏହି ଅଭିଯାନ ନେଇ କିଛି ମାସ ପୂର୍ବରୁ ଓଡ଼ିଶା ସରକାରଙ୍କ ନିକଟରେ ଦାବି କରିଥିଲେ। ତାଙ୍କ ଅଭିଯାନକୁ ସମର୍ଥନ ଦେବା ପାଇଁ ବିଭିନ୍ନ ବର୍ଗର ମହିଳାଙ୍କୁ ଅନୁରୋଧ କରିଥିଲେ।
Follow Us